ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖପ୍ରାଖୋଲ ୩୧/୭(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଂଚାୟତ ବାଞ୍ଜିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ ପଧାନ ଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି I ବିଦାୟ କାଳୀନ
ସମ୍ବର୍ଦ୍ଧନା ସଭାର ରେ ମୁଖ୍ୟ ଅତିଥି ଭାବେ ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ସମ୍ବର୍ଦ୍ଧନା ସଭା ର ସଭାପତି ସହକାରୀ ଶିକ୍ଷୟତ୍ରୀ ଯଶୋବନ୍ତି ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସି ଆର ସି ସି ବିଘ୍ନରାଜ ପଧାନ ଯୋଗ ଦେଇଥିଲେ I ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ଶ୍ରୀମତୀ ସିବିତ୍ରୀ ସାହୁ ଅନ୍ୟ ମାନଙ୍କ ମଧ୍ୟ ରେ ସ୍କୁଲ ର ଶିକ୍ଷକ ମନୋଜ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ୟାମଲାଲ ନାଏକ, ଟୁନୁଷବର, ସୁନୀଲ ମହାନନ୍ଦ,ଧୀରନ୍ଦ୍ର ସୁଆର, ତନ୍ମୟ ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଅଙ୍ଗନବାଡିକର୍ମୀ, ଆଶା, ପାଚିକା ମାନେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I ସଭା ରେ ବିଦାୟୀ ଶିକ୍ଷୟିତ୍ରୀ ଙ୍କ ସ୍କୁଲ ପ୍ରତି ଅବଦାନ, ଶିକ୍ଷା ଶୈଳୀ କୁ ନେଇ ଉପସ୍ଥିତ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ Iପରିସେସରେ ଶିକ୍ଷ ୟୀତ୍ରୀ ଯଶୋବନ୍ତି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ସେହିପରି ମାଲପଡା ଉଚ୍ଚ ପ୍ରାଥମିକ ସ୍କୁଲ ର ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା

0
0
0
s2sdefault