ହେଡଲାଇନସ୍:

ଜାମସେଠ ହାଇସ୍କୁଲର ମୋ ସ୍କୁଲ ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-06-18-padam.jpg - 60.97 kB

ପଦ୍ମପୁର/Neela Deep -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମ୍ଭା ତାଣ୍ଡି ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବେ ଉଭୟ ସ୍କୁଲର ପୁରାତନ ଛାତ୍ର ସଂସଦର ସଭାପତି ନରୋତ୍ତମ ମାଝୀ ଓ ପଙ୍କଜ ବାଗ,ସିଆରସିସି ତରଣୀସେନ ଡନସନା,ଦୈତାରୀ ମାଝୀ,ବିପିନ ବାଗ,ଜପ ସାହୁ,ଲଦ୍ରୋ ଗଏଁତା ଓ ଶରତ ତାଣ୍ଡି ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନ ଉପରେ ଆଲୋଚନା କରିଥିଲେ । ଏଥିରେ ଜାମସେଠ ଏମ.ମି ସ୍କୁଲ ଓ ହାଇସ୍କୁଲ ର ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସ୍କୁଲ ଦାନ ରାଶି ସଂଗ୍ରହ ସମୟରେ ହାଇସ୍କୁଲ ଷ୍ଟାପ ତରଫରୁ ୧୦,୦୦୦ ଟଙ୍କା ଦେଇଥିବା ବେଳେ ସରପଞ୍ଚ ରମ୍ଭା ତାଣ୍ଡି ୫,୦୦୦ ଟଙ୍କା,ସହଦେବ ମାଝୀ ୧,୫୦୦ ଟଙ୍କା,ଶରତ ତାଣ୍ଡି,ମହେନ୍ଦ୍ର ମାଝୀ ଓ ଅଜିତ ପ୍ରଧାନ ୧,୦୦୦ ଟଙ୍କା ଦେଇଥିଲେ । ସେହିପରି ଦୈତାରୀ ମାଝୀ,ବିପିନ ବାଗ,ନରୋତ୍ତମ ମାଝୀ,ରୂପଧର ନାଏକ,ଜିତୁନ ପଟ୍ଟନାୟକ,ରବି ରଣା, ବଡ ମାଝୀ ,ଗଙ୍ଗାଧର ରଣା,ପ୍ରିୟରଞ୍ଜନ ନାଏକ,ପ୍ରଦୀପ ହଂସ ଓ ମୋହନ 

ହଂସ ପ୍ରମୁଖ ୫୦୦ ଟଙ୍କା ଦେଇଥିବା ବେଲେ ମଦନ ଭୋଇ,ପ୍ରତାପ ସାହୁ,ଅମିୟ ରଣା,ଖଗେଶ୍ବର ରଣା,ରୋହିତ ପଶାୟତ ୩୦୦ ଟଙ୍କା,ସୌମ୍ଯରଞ୍ଜନ ମାଝୀ,ଗୌରାଙ୍ଗ ନାଏକ, ସଞ୍ଜୟ ପ୍ରଧାନ ଓ ରୂପସିଂ ପୂଝାରୀ ପ୍ରମୁଖ ପୁରାତନ ଛାତ୍ର  ୨୦୦ଟଙ୍କା ଦାନ ରାଶି ଦେଇ ମୋଟ ୨୭,୦୦୦ ଟଙ୍କା ଦାନ ରାଶି ସଂଗ୍ରହ କରାଯାଇଥିଲା । ସେହିପରି ଜାମସେଠ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨୬,୦୦୦ ଟଙ୍କା ସଂଗ୍ରହ କରାଯାଇଥିଲା । ଏଥିରେ ସୁନ୍ଦରମଣି ହଂସ,ଅଜିତ ପ୍ରଧାନ,ରୁଷି ରଣା,ଅଶୋକ ସାହୁ,ଦୁର୍ଯ୍ୟୋଧନ ହଂସ ଓ ସନ୍ତୋଷ ପୂଜାରୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଜପ ସାହୁ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault