ହେଡଲାଇନସ୍:

"ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-06-18-Mayurbhanj-Sahitya.jpg - 50.60 kB

ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ଆଲୋଚନା ଚକ୍ର 

ବାରିପଦା(Dillip Mohanty )- ବାରିପଦାସ୍ଥିତ ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ‘ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା’ ବିଷୟ ବସ୍ତୁ ଉପରେ ଆଧାରିତ ଏକ ଆଲୋଚନା ଚକ୍ର ସଂସଦର ସଭାପତି ପଦ୍ମନାଭ  ସାହୁଙ୍କ ଅଧ୍ୟକ୍ଷତାରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂସଦର ସମ୍ପାଦକ ମନୋଜ ଦଳବେହେରା ଆଲୋଚନାର ଆଭିମୁଖ୍ୟ ଉପରେ ବ୍ୟାଖ୍ୟା କରିବା ପରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼ଃ. ମୋହିତ କୁମାର ଷଢ଼ଙ୍ଗୀ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ଼ଃ. ବିଚିତ୍ର ନାଥ ସାହୁ ଓ ବାଙ୍ଗିରିପୋଷି  ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ପୁଷ୍ପା ପାତ୍ର ସୁବର୍ଣ୍ଣରୈଖିକ ଭାଷାର ଐତିହ୍ୟ ଏବଂ ଗୁରୁତ୍ୱ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରାଇଥିଲେ । ଏହି ଅବସରରେ ଉପସଭାପତି ଜୟନ୍ତ କୁମାର ଦ୍ୱାରୀ, କୋଷାଧ୍ୟକ୍ଷ ଅଧ୍ୟାପକ ସମରେନ୍ଦ୍ର କୁମାର ବସା, ପୂର୍ବତନ ସଭାପତି ଅଜିତ କୁମାର କବାଟ ପ୍ରମୁଖ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସେହିପରି ସଂସଦର ଯୁଗ୍ମ-ସମ୍ପାଦକ ଅମିତାଭ ମିଶ୍ର   ସ୍ୱାଗତ ଭାଷଣ ଓ କାର୍ଯ୍ୟକାରୀ ସମିତି ସଦସ୍ୟ ଡ଼ଃ. ଶଶୀଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିବା ସମୟରେ ଡ଼ଃ. ସଞ୍ଜୀବ କୁମାର ପାଣିଗ୍ରାହୀ, ଯୁଗ୍ମ-ସମ୍ପାଦକ ଦୀପକ କୁମାର ରାମ, ବାସନ୍ତୀଲତା ମହାପାତ୍ର, ଡ଼ଃ. ସୁମନପ୍ରଭା ନାୟକ, ଗୋପାଳ ଚନ୍ଦ୍ର ସାଓ, ଅଧ୍ୟାପକ ସୁନୀଲ ଜେନା, ଭାରତୀ ବେବର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

0
0
0
s2sdefault