ସମ୍ବଲପୁରରୁ ରମାକାନ୍ତ ବିଶ୍ବାଲ : ସମ୍ବଲପୁର ମଣ୍ଡଳ କାରାଗାରରେ ଆଜିଠୁ ଆରମ୍ଭ ହେଲା ଫୁଡ ପ୍ରସେସିଙ୍ଗ ୟୁନିଟ୍ ଏଣିକି ପ୍ରାୟ ସମସ୍ତ ପ୍ରକାରର ରାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ସମ୍ବଲପୁର ସହରବାସୀ , ସେପଟେ ଶୁଦ୍ଧ ତଥା ସଠିକ ଓଜନର ସାମଗ୍ରୀ ଗୋଟିଏ ସ୍ଥାନରେ ଲୋକେ ସୁବିଧା ପାଇପାରିବେ ବୋଲି କହିଛନ୍ତି ସମ୍ବଲପୁର ମଣ୍ଡଳ କାରାଗାର ସୁପରିଟେଣ୍ଡ ।
ବଜାରରେ ବାରମ୍ବାର ଅପମିଶ୍ରିତ ଦ୍ରବ୍ୟ ମିଳୁଥିବାରୁ ଲୋକ କିଭଳି ଶୁଦ୍ଧଦ୍ରବ୍ୟ ପାଇପାରିବେ ତାକୁ ଆଖିଆଗରେ ରଖି ସମ୍ବଲପୁର ମଣ୍ଡଳ କାରାଗାରାରେ ଆଜିଠୁ ଆରମ୍ଭ ହୋଇଛି ରାଶନ ଷ୍ଟୋର ବା ଫୁଡ ପ୍ରସେଶିଙ୍ଗ ୟୁନିଟ୍ । ଗହମଠୁ ଆରମ୍ଭ କରି ବେସନ ,ସୁଜି ,ହଳଦୀ ସମସ୍ତ ସାମଗ୍ରୀ ସୁଲଭ ମୂଲ୍ୟରେ ପାଇପାରିବେ ସହରବାସୀ । ଜେଲରେ ଅନ୍ତେବାସୀ ମାନେ ନିଜେ ତିଆରି କରିବେ ରାଶନ ସାମଗ୍ରୀ ଫଳରେ ସଠିକ ପରିମାଣର ଓ ଶୁଦ୍ଧ ସାମଗ୍ରୀ ଲୋକେ ପାଇପାରିବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡ ।
ସମ୍ବଲପୁର ମଣ୍ଡଳ କାରାଗାରରେ ଏହା ପୂର୍ବରୁ ଚାଦର , ବେଡସିଟ , କମ୍ବଳ କୁ ନିଜେ ଅନ୍ତେବାସୀ ତିଆରୀ କରୁଥିବାବେଳେ ବର୍ତ୍ତମାନ ଅନ୍ତେବାସୀ ଙ୍କୁ ଟ୍ରେନିଙ୍ଗ ଉଦ୍ଦେଶ୍ୟରେ ସମସ୍ତ କଞ୍ଚାମାଲ ଯୋଗାଇ ଦିଆ ଯାଉଥିବାରୁ ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିବା ସହ ମୂଖ୍ୟ ସ୍ରୋତକୁ ଫେରିପାରିବେ ବୋଲି କହିଛନ୍ତି ଜେଲର । ଜେଲ ଭିତରେ ସୁଲଭ ଦରରେ ଶୁଦ୍ଧ ସାମଗ୍ରୀ ମିଳିପାରୁଥିବାରୁ ଗ୍ରାହକ ବି ବେଶ ଖୁସି ।
ପ୍ରଥମ କରି ସମ୍ବଲପୁର ଜେଲରେ ଥିବା ଅନ୍ତେବାସୀ ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଜେଲଭିତରେ ରହି କିପରି ରୋଜଗାରକ୍ଷମ ହୋଇପାରିବେ ସେ ବ୍ୟବସ୍ଥା କରିଛନ୍ତି ସମ୍ବଲପୁର ଜେଲ କର୍ତ୍ତୁପକ୍ଷ । ସମ୍ବଲପୁର ଜେଲ ପ୍ରଶାସନ ର ଏପରି ଅଭିନବ ଉଦ୍ୟମକୁ ସାଧାରଣ ରେ ସ୍ୱ।ଗତ କରାଯାଉଛି।