ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନବଜୀବନ ଅନ୍ଧ ଓ ଉପଶମ କେନ୍ଦ୍ର ତଥା ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହାୟତାରେ ଦ୍ବିତୀୟ ଦିନରେ "ଶିଶୁ ସମ୍ପର୍କ ଯାତ୍ରା" କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ଯୋଗଦେଇ ଶିଶୁ ସମ୍ପର୍କ ଯାତ୍ରାର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ମୁଖ୍ୟତଃ ଜିଲ୍ଲାର ପ୍ରତ୍ୟେକ ଶିଶୁ ସେମାନଙ୍କ ସୁରକ୍ଷା ଓ ସମସ୍ତ ପ୍ରକାର ଅଧିକାରକୁ ଯେଭଳି ସେମାନେ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରିବେ । ଏଥିସହ ଶିଶୁ ଅଧିକାରକୁ ଯଦି କୌଣସି ସ୍ଥାନରେ ଉଲଂଘନ କରାଯାଏ , ତାହାହେଲେ ସେହି ଅଭିଯୋଗକୁ ଆଧାର କରି ତାର ଉଚିତ ସମାଧାନ କରିବା ସହ ଏ ଦିଗରେ କାର୍ଯ୍ୟରତ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ ବୋଲି ଶ୍ରୀ ରାଉଳ କହିଥିଲେ ।
ଶିଶୁ ମଙ୍ଗଳ ସମିତି ସଭ୍ୟା ଶ୍ରୀମତୀ ଅଳକା ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଚାଇଡଲାଇନ୍ ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ବର ଚୌଧୁରୀ , ଗୋଷାଣୀ ସିଡିପିଓ ଶ୍ରୀମତୀ ଗୌରୀ ନାୟକ , ପ୍ରଭା ଚାଇଲଡ଼ ଲାଇନର ନିର୍ଦ୍ଦେଶକ ଶ୍ରୀ ଏ ଆପ୍ପା ରାଓ, ନୂଆଗଡ ଏବିଇଓ ଶ୍ରୀ ଏନ୍. ବିମଳ , ଶ୍ରୀ ଜୟପ୍ରକାଶ ବାଡତିଆ "ସଖି" ୱାନ ଷ୍ଟପ କେନ୍ଦ୍ରର ମୀନା କୁମାରୀ ଟହଲ ଏବଂ ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ପ୍ର୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ସୁରକ୍ଷା , ଯତ୍ନ ଓ ଅଧିକାର ସମ୍ପର୍କରେ କହି ନିଜ ନିଜର ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହାପରେ ଜିଲ୍ଲାର ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ସେମାନଙ୍କ ବିଭିନ୍ନ ଅଧିକାର ବାଲ୍ୟ-ବିବାହର କୁ-ପରିଣାମ , ୧୦୯୮ ଫୋନ ନମ୍ବର ବ୍ୟବହାର ପ୍ରଭୃତି ଉପରେ କହିଥିଲେ ।
ଶିଶୁ କଲ୍ୟାଣ ସମିତିର ସଦସ୍ୟ ଶ୍ରୀ ହୀରଣ୍ୟ କୁମାର ରାୟ ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାରର ବିଭିନ୍ନ ଦିଗ ସମ୍ପର୍କରେ କହି ପିଲାମାନଙ୍କ ଅବସ୍ଥାରେ ପରିବର୍ତ୍ତନ ପାଇଁ ଓ ପିଲାମାନଙ୍କ ସୁରକ୍ଷାକୁ ନିଶ୍ଚିନ୍ତ କରିବା ପାଇଁ ଗ୍ରାମ୍ୟ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ଦାୟିତ୍ୱ ସମ୍ପନ୍ନ କର୍ମଚାରୀ ଓ ସମାଜ କର୍ମୀମାନେ ପରସ୍ପର ସମନ୍ୱୟ ରକ୍ଷାକରି କାର୍ଯ୍ୟ ତୁଲାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟତଃ ଭାବେ ଶିଶୁ ମାନଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରବା ସହ ସେମାନଙ୍କୁ ସେମାନଙ୍କ ଅଧିକାର ଦେବା , ଏହା କେବଳ ଜଣକର କାମ ନୁହେଁ , ଏହା ଗୋଷ୍ଠୀଗତ ଭାବେ ସମାଜର ପ୍ରତ୍ୟେକ ନାଗରିକ , ଶିଶୁ-ସୁରକ୍ଷାକୁ ନିଶ୍ଚିତ କରିବା ନିମନ୍ତେ ଉତ୍ତର-ଦାୟିତ୍ୱ ନେଇ କାର୍ଯ୍ୟ କରିବା ଉଚିତ ବୋଲି କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି , ଜିଲ୍ଲା ଚାଇଲଡ଼ ଲାଇନ ଓ "ସଖି" ୱାନ ଷ୍ଟପ କେନ୍ଦ୍ରର କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ଆଶା ଓ ଅଙ୍ଗନବାଡି କର୍ମୀ , ନବଜୀବନ ଟ୍ରଷ୍ଟ ଉପଶମ କେନ୍ଦ୍ରର କର୍ମକର୍ତ୍ତା ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ ।