ଟିଟିଲାଗଡ,(ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡ ଲେବେଡ଼ା ପଞ୍ଚାୟତ ରେ ଫେବୃଆରୀ ୨ ତାରିଖ ରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ସମ୍ମିଳନୀରେ ୧୩୫ ଟି ସ୍ମାର୍ଟ ଫୋନ ବିତରଣ କରାଯାଇଛି । ପ୍ରଥମ ଦିନ ରେ ୪୦ ଟି ଦ୍ଵିତୀୟ ଦିନରେ ୪୫ ଟି ତୃତୀୟ ଦିନରେ ୫୦ ଟି ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ନିଧି ସଂଗଠନ ର କର୍ମକର୍ତ୍ତା ଶ୍ରୀମତୀ ସୁମନ୍ତି ସାହୁ ପରିଚାଳନା କରିବା ସହ ଯମୁନା ସାହୁ ଓ ତଥାଗତ ବଗର୍ତ୍ତୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀ ସଂଗଠନ ନିଧି, ଆନ୍ତର୍ଜାତୀୟ ଉନ୍ନୟନ ସଂସ୍ଥା ଟ୍ରିକଲ ଅପ୍ ଏବଂ ଟାଟା କମ୍ୟୁନିକେସନ ର ମିଳିତ ସହଯୋଗ ରେ ପରିଚାଳିତ ଏମପାୱାରଡ ର ଏକ ଅଂଶ ବିଶେଷ। ଏହାର ଉଦ୍ଦେଶ୍ୟ ହେଉଛି ଡିଜିଟାଲ ବିଭେଦ କୁ ଦୂର କରିବା ଏବଂ ବିଭିନ୍ନ ଜୀବିକା ସମ୍ପର୍କିତ ଯୋଜନା, ଅଧିକାର, ଏବଂ ସଚେତନତା ପ୍ରସଙ୍ଗ ରେ ଗରିବ ମହିଳାଙ୍କୁ ସୂଚନା ପ୍ରଦାନ କରିବା। ପରବର୍ତ୍ତୀ ସମୟରେ ଏହି ମହିଳା ମାନଙ୍କୁ ମୋବାଇଲ ଫୋନ ବ୍ୟବହାର ଉପରେ ତାଲିମ ଦିଆଯିବାର ଯୋଜନା ରହିଛି , ଯେଉଁଥିରେ ପ୍ୟାକେଜ ଅଫ ପ୍ରାକଟିସେସ ବା ପିଓପି ନାମକ ଏକ ବହୁଭାଷୀ ଏବଂ ସରଳ ଆପ ରହିବ, ଯାହା ଅଶିକ୍ଷିତ ଏବଂ ଅଳ୍ପ ଶିକ୍ଷିତ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ଏହି ମହିଳା ମାନଙ୍କୁ ସ୍ମାର୍ଟ ସଖୀ ଭାବେ ନାମିତ ସେହି ଗାଁ ର ଜଣେ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ଏହି ମୋବାଇଲ ଫୋନ ଏବଂ ଆପ୍ ର ବ୍ୟବହାର ଉପରେ ଆବଶ୍ୟକ ତାଲିମ ବ୍ଲକର ସମସ୍ତ ସ୍ମାର୍ଟ ସଖୀ ମାନଙ୍କୁ ପୂର୍ବରୁ ପ୍ରଦାନ କରାଯାଇଛି । ଏହି ଅବସର ରେ ଟ୍ରିକଲ ଅପ୍ ର ପ୍ରତିନିଧି ସୁଦୀପ୍ ମୁଖାର୍ଜୀ କହିଛନ୍ତି ଯେ ଏହି ପଦକ୍ଷେପ ଗରିବ ମହିଳା ମାନଙ୍କୁ ପଶୁ ସମ୍ପଦ ଉପଯୋଗ କରି ଆୟ ବୃଦ୍ଧି ର ପନ୍ଥା ବିଷୟରେ ଅବଗତ କରିଥିଲେ।ମୁଖ୍ୟ ଅତିଥି ଭାବେ ଏସିଆ ରିଜନାଲ୍ ଡାଇରେକ୍ଟର ସୁଶାନ୍ତ ବର୍ମା ଙ୍କ ସହ ଅନ୍ୟ ଅତିଥି ମାନଂକ ମଧ୍ୟରେ ବିଟାବନ୍ଧ ପଞ୍ଚାୟତ ର ସରପଞ୍ଚ ଅଗସ୍ତି ବାଗ, ଲେବେଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୀତାକାନ୍ତ ବେହେରା, ବଙ୍କେଲ ପଞ୍ଚାୟତ ଜି ଆର୍ ଏସ ରୋହିତ ସାହୁ ଏବଂ ନିଧି ସଂଗଠନ ର ଡାଇରେକ୍ଟର ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ସ୍ମାର୍ଟ ଫୋନ ବିତରଣ କରିଥିଲେ। ଶେଷରେ ପ୍ରକଳ୍ପ ର କୋଡ଼ିନେଟର ତାରାପଦ ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ରାଜ୍ୟ
ଗରିବ ପରିବାରର ମହିଳାଙ୍କୁ ସ୍ମାର୍ଟ ଫୋନ ବିତରଣ।
- Hits: 523