ହେଡଲାଇନସ୍:

ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସଭାରେ ଦାବି ଉପସ୍ଥାପନା କଲେ ସଂସଦ ସସ୍ମିତ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ରାଜ୍ୟସଭାରେ ବିଜେଡି ଉଠାଇଲା ମହିଳା ସଂରକ୍ଷଣ ପ୍ରସଙ୍ଗ | ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ମହିଳାଙ୍କ ସଂରକ୍ଷଣ ଦାବି ଉଠାଇ ଓଡିଆ ଭାଷାରେ ନିଜର ଦାବି ଉପସ୍ଥାପନ କରିଥିଲେ  । ଆଜି ରାଜ୍ୟସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ,  ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉ । ମହିଳାଙ୍କ ପାଇଁ ସଂସଦରେ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟନାୟକ ବାରମ୍ବାର ଦାବି କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜଆଡୁ ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଇ  ଉଦାହରଣ ସୃଷ୍ଟି କରିଥିଲା । ତେଣୁ ବିଧିବଦ୍ଧ ଭାବେ ମହିଳାଙ୍କ ପାଇଁ ସଂସଦର ଉଭୟ ଗୃହରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଆଇନ୍ ପାସ୍ କରିବାକୁ ସସ୍ମିତ ଦାବି କରିଥିଲେ | ମିଶନ ଶକ୍ତିକୁ ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତିକରଣ କରାଯାଇପାରିବ ଓ ମହିଳା ସଂରକ୍ଷଣ ବିଲ୍ ମାଧ୍ୟମରେ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ସମ୍ଭବ ହେବ ବୋଲି ସସ୍ମିତ ଯୁକ୍ତି ବାଢିଥିଲେ ।

ଶ୍ରୀ ପାତ୍ର ପୁରା ଓଡିଆରେ ନିଜ ଭାଷଣ ରଖିଥିବା ବେଲେ ଗୃହରେ ଅଧ୍ୟକ୍ଷତା କରୁଥିବା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡୁ  ପ୍ରଶଂସା କରି କହିଥିଲେ ଯେ, ‘ଆପଣଙ୍କ  ଭାଷାରେ ଆପଣ ଅତି ସୁନ୍ଦର କହିଲେ’ |  ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି, ଯାହା ଏକ ଭଲ କଥା । ରାଜ୍ୟସଭାରେ କେହି ନିଜ ଭାଷାରେ କହିଲେ ଖୁସି ଲାଗେ | ଆଉ ଏହାକୁ ଗୃହରେ ପ୍ରୋତ୍ସାହନ ଦିଆଯିବା ଉଚିତ" ବୋଲି ଶ୍ରୀ ନାଇଡୁ କହିଛନ୍ତି

0
0
0
s2sdefault