ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବ୍ରାହ୍ମଣ ସୀତାପୁର ଠାରେ ଜିଲ୍ଲା ଶିଶୁ କଲ୍ୟାଣ ସମିତି ତରଫରୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ "ଶିଶୁ ସମ୍ପର୍କ ଯାତ୍ରା"ର ଆୟୋଜନ କରାଯାଇଥିଲା। ଏହି ଯାତ୍ରାରେ କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଚାଇଡଲାଇନ୍ ର ଜିଲ୍ଲା ସଂଯୋଜକ ଶ୍ରୀ ନଗେଶ୍ୱର ଚୌଧୁରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , 'ସଖୀ ' କାର୍ଯ୍ୟକ୍ରମର ଶ୍ରୀମତି ଶ୍ରୀଦେବୀ ରଇତ , ପାରଳାଖେମୁଣ୍ଡି ମଡେଲ ଥାନାର ମହିଳା ଓ ଶିଶୁ ଡେସ୍କର ଅଧିକାରୀ ସବ ଇନ୍ସପେକ୍ଟର ଅହଲ୍ୟା ମହାରଣା , I W Dର ସଭାପତି ଶ୍ରୀ ନଟବର ପାଢ଼ୀ , ନିକଟସ୍ଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ , ଅଙ୍ଗନବାଡି କର୍ମୀ ଓ ଶିଶୁ ମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଏହି "ଶିଶୁ ସମ୍ପର୍କ ଯାତ୍ରା"ର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ଜିଲ୍ଲାର ପ୍ରତିଷ୍ଠିତ(ଶିଶୁ ମାନଙ୍କ ଉପରେ କାର୍ଯ୍ୟ କରୁଥିବା)ଅନୁଷ୍ଠାନର ସଭାପତି ଶ୍ରୀ ନଟବର ପାଢ଼ୀ ଯୋଗ ଦେଇ ବାଲ୍ୟବିବାହର କୁପରିଣାମ ଏବଂ ଗାଁ ଗହଳିରେ ବାସ୍ତବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହାର ନିରାକରଣ ନିମନ୍ତେ ଗ୍ରାମ୍ୟସ୍ତରରେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଆଲୋପ କରିଥିଲେ।
କିଶୋର ନ୍ୟାୟ ବୋଡ଼ର୍ର ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ଯୋଗ ଦେଇ ଶିଶୁର ଅଧିକାର ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ସବ୍ ଇନ୍ସପେକ୍ଟର ଅହଲ୍ୟା ମହାରଣା ଯୋଗ ଦେଇ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସବୁବେଳେ ପୋଲିସ୍ ପ୍ରସ୍ତୁତ ରହିଛି ବୋଲି ଆଶ୍ୱାସନା ଦେଇଥିଲେ।
ଚାଇଡଲାଇନ୍ ର ଜିଲ୍ଲା ସଂଯୋଜକ ନାଗେଶ୍ଵର ଚୌଧୁରୀ ଯୋଗ ଦେଇ ୧୦୯୮ର ବ୍ୟବହାର ଏବଂ ଶିଶୁ ମାନଙ୍କ ଅସୁବିଧା ସମ୍ପର୍କରେ , ସୁରକ୍ଷା ସମ୍ପର୍କରେ ଟୋଲ ଫ୍ରୀ ନମ୍ବର ରେ ଫୋନ କରି ଜଣାଇଲେ ଚାଇଡଲାଇନ୍ ନିଶ୍ଚିତ ଭାବେ ସେବା ଯୋଗାଇ ବୋଲି ଜଣାଇଥିଲେ।
ଶିଶୁ କଲ୍ୟାଣ ସମିତିର ସଭ୍ୟ ଶ୍ରୀ ହୀରଣ୍ୟ କୁମାର ରାୟ ଯୋଗ ଦେଇ ବିଷଦ ଭାବରେ ଶିଶୁ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାରେ ବାସିନ୍ଦା ମାନଙ୍କ ମଧ୍ୟରୁ ହରିଜନ , ଆଦିବାସୀ ଏବଂ ସଂଖ୍ୟାଲଘୁ ମାନେ ସର୍ବାଧିକ ଏବଂ ଅଧିକାଂଶ ଗରିବ , ଭୂମିହୀନ ଏବଂ ଅତିଦୁଃସ୍ତ ଜୀବନ ଯାପନ କରୁଛନ୍ତି। ତେଣୁ ପିଲାମାନଙ୍କର ଅବସ୍ଥାରେ ପରିବର୍ତ୍ତନ ପାଇଁ , ପିଲାମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ନିମନ୍ତେ ଗ୍ରାମ ସ୍ତର ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ଦାୟିତ୍ୱ ସଂପର୍ଣ୍ଣ କର୍ମଚାରୀ ମାନେ ସମାଜକର୍ମୀ ମାନେ ପରଷ୍ପର ସହଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ।
ଶିଶୁ ଅଧିକାରକୁ ନିଶ୍ଚିତ କରିବା , ସେମାନଙ୍କୁ ସେମାନଙ୍କର ଅଧିକାର ଦେବା ଜଣକର କାମନୁହେଁ। ଗୋଷ୍ଠୀଗତ ଭାବେ ସମାଜର ପ୍ରତ୍ୟେକ ନାଗରିକ ଶିଶୁ ସୁରକ୍ଷାକୁ ନିଶ୍ଚିତ କରିବା ନିମନ୍ତେ ଉତ୍ତରଦାୟିତ୍ୱ ନେଇ କାର୍ଯ୍ୟକରିବା ଉଚିତ ବୋଲି ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ମାନେ ଉପସ୍ଥିତ ଥିବା ସହ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶିଶୁ କଲ୍ୟାଣ ସମିତିର ମହିଳା ସଭ୍ୟା ଶ୍ରୀମତି ଅଳକା ସାହୁ ପରିଚାଳନା କରିଥିଲେ।