ବରଗଡ :- ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ କରିବା ଓ ପୁରାତନ ଛାତ୍ର ତଥା ସ୍ଥାନୀୟ ଲୋକଙ୍କୁ ସିଧାସଳଖ ସ୍କୁଲ ସହିତ ଯୋଡିବା ପାଇଁ ରାଜ୍ୟ ସରକାରଙ୍କର ଏକ ପ୍ରୟାସ ମୋ ସ୍କୁଲ ଅଭିଯାନ । ଏହିକ୍ରମରେ ନିଜ ବିଦ୍ୟାଳୟ ପାଇଁ ପୁରାତନ ଛାତ୍ର ମାନେ ଅନୁଦାନ ଦେଇ ନିଜ ସ୍କୁଲର ବିଭିନ୍ନ ସମସ୍ୟା ର ସମାଧାନ କରିବା ସହିତ ନିଜକୁ ସ୍କୁଲ ସହିତ ଯୋଡିବାରେ ସଫଳ ହେବେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଗତ ଗଣତନ୍ତ୍ର ଦିବସରେ ଘୋଷଣା କରିଥିଲେ ନିଜ ନିର୍ବାଚନ ମଣ୍ଡଳୀର ଚାରିଗୋଟି ସ୍କୁଲ କୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବାକୁ । ଆଜି ବିଧାୟକ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ପହଂଛି ସ୍କୁଲ ର ଶିକ୍ଷକ, ପରିଚାଳନା କମିଟିର ସଭ୍ୟ , ତଥା ଛାତ୍ରଛାତ୍ରୀ ମାନଙ୍କର ସହିତ ସିଧାସଳଖ ଆଲୋଚନା କରି ସ୍କୁଲର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ବାବଦରେ ପଚାରି ବୁଝିଥିଲେ । ପ୍ରଧାନ ଶିକ୍ଷକ ବିଧାୟକ ଙ୍କୁ ବିସ୍ତାର ଭାବରେ ସବୁ କହିଥିଲେ । ପର୍ଯାୟ କ୍ରମେ ବିଦ୍ୟାଳୟ ର ସମସ୍ତ ଆବଶ୍ୟକତା କୁ ପୂରଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କର ସହିତ ଆଲୋଚନା ବେଳେ ନିଜେ ପାଠ ପଢ଼ୁଥିବା ସମୟର ଅନୁଭବ ପ୍ରକାଶ କରିଥିଲେ । ଆଜି ବିଦ୍ୟାଳୟକୁ ପହଂଚିବା ପରେ ବିଧାୟକଙ୍କୁ ଶିକ୍ଷକ, ଓ ପରିଚାଳନା କମିଟିର ସଭ୍ୟ ମନେ ସ୍ୱାଗତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ସ୍କୁଲ ସହିତ ବିନ୍ଧ୍ୟବସିନୀ ଯୁକ୍ତଦୁଇ କଲେଜ , ପଦ୍ମପୁର ସ୍ଥିତ ରାଜାପଡା ସ୍କୁଲ ଓ ମହିଳା ମହାବିଦ୍ୟାଳୟ କୁ ମଧ୍ୟ ବିଧାୟକ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିଛନ୍ତି । ବିଧାୟକ ଙ୍କର ସହିତ ପାଇକମାଲ ପଂଚାୟତ ସମିତିର ଅଧ୍ୟକ୍ଷ ଅଲତାଫ ମହମ୍ମଦ , ପୂର୍ବତନ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ରାଉତ , ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଅନୀଲ କାଳିଆ , ହୃଦାନନ୍ଦ ବାରିକ , ପରିଚାଳନା କମିଟିର ସଭ୍ୟ ବିନୋଦ କାଳିଆ ଓ ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଚାରିଗୋଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କଲେ ବିଧାୟକ
- Hits: 1439