ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ଜିଲ୍ଲାର ସିନ୍ଧ୍ରି ମାଳ ପଞ୍ଚାୟତ ବରକୋଳିଗୁଡା ଓ ଇଜରିଆଗୁଡା ଗ୍ରାମରେ ଘଟିଛି ଏହି ଅଘଟଣ । ଏହି ଗ୍ରାମରେ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ରର ପାଖରେ ଥିବା ବିଷାକ୍ତ ଫଳ ଖାଇ ୮ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ପୁଅ ଓ ୬ ଜଣ ଝିଅ ଅଛନ୍ତି । ସମସ୍ତ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ,
ତେବେ ଚିକିତ୍ସା ପରେ ୮ଜଣ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ପ୍ରଫୁଲ କୁମାର ବେହେରା ପ୍ରକାଶ କରିଛନ୍ତି । ତେବେ ଘଟଣା ବିତିବାର ଦୀର୍ଘ ସମୟ ପରେ ମଧ୍ୟ ଆଇ ସି ଡି ଏସ କୌଣସି ର ବିଭାଗୀୟ ଅଧିକାରୀ ମେଡିକାଲ ରେ ପହଂଚି ପାରି ନାହାନ୍ତି।