ହେଡଲାଇନସ୍:

ଶିଷକେଲା ଠାରେ ବିଜେଡି ଦଳୀୟ କର୍ମୀ ସମାବେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ,( ଗୌରବ ଦର୍ଜୀ):  ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଶିଷକେଲା ଖେଳ ପଡିଆଠାରେ ଆଜି ବିଜେଡି ର ଦଳୀୟ କର୍ମୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ବିଜେଡି ସଇଁନ୍ତଳା ବ୍ଳକ ସଭାପତି ଦିଲିପ ରାଜପଲିଆ ସଭା ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଥିଲେ। ମଞ୍ଚରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ,ପ୍ରମୋଦ ପ୍ରଧାନ, ସୁଜିତ ଡାଙ୍ଗ,ସଇଁନ୍ତଳା  ଯୁବ ବିଜେଡି ସଭାପତି ଅଶୋକ ସାହୁ, ବ୍ଳକ ସଭାନେତ୍ରୀ ଦ୍ରୋପଦି ପାତ୍ର, ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ଚନ୍ଦ୍ର ବର୍ଦ୍ଧନ ପୁରୋହିତ,  ଆଲୋକ ବୁଡ଼େକ, ଟିଟିଲାଗଡ଼ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଟିକ୍ରାପଡା ପୂର୍ବତନ ସରପଞ୍ଚ ଯାଜ୍ଞସିନି ରାଜପଲିଆ, ଗୀତା ବିଶି, ଟିଟିଲାଗଡ଼ ବ୍ଳକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଉମାଦେବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। 

ଏହି ଅବସରରେ ଉଦ୍ବୋଧନ ଦେଇ  ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ତଥା ଆଗ୍ରହ କ୍ରମେ ବଲାଙ୍ଗିର ଜିଲ୍ଲା କିଭଳି ଭାବେ ଆଗାମୀ ଦିନରେ ବିକାଶ ହେବ ତାହାକୁ ନେଇ ଉଦ୍ୟମ ଜାରି ରହିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ବିଜୁ ସେତୁ ଯୋଜନା ବେଲଖଣ୍ଡି-କଅସର, କେସିଙ୍ଗା-ଲୁଥର ବନ୍ଦ, ବାଦୀ ପଡା-ସଇଁନ୍ତଳା ବ୍ରିଜ ଗୁଡ଼ିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି।  ମହିଳାମାନଙ୍କୁ ନେଇ ରାଜ୍ୟ ସରକାର ଅନେକ ଯୋଜନା କରିଥିବା ବେଳେ ଆଗାମୀ ନିର୍ବାଚନରେ ବିଜେଡିକୁ ବିପୁଳ ସମର୍ଥନ ମିଳିବା ନେଇ କୌଣସି ସନ୍ଦେହ ନାହିଁ |  ଏବେ ଲୋକଙ୍କ ପାଇଁ ବିଜେଡି ଦଳ ହିଁ ଏକମାତ୍ର ଆଶା ଓ ଭରସାର ଦଳ  ପାଲଟି ଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ବୋଲି କହିଥିଲେ। ବାଦୀପଡା ଠାରେ ସଇଁନ୍ତଳା ଲାନଥ ନଦୀ ଦୀର୍ଘ ବର୍ଷ ହେବ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏନେଇ ସଇଁନ୍ତଳାଜନ ସାଧାରଣଙ୍କ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ପ୍ରଦାନ କରାଯାଇଥଲା | ତେବେ ମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଆଗାମୀ ଦିନରେ ଖୁବଶୀଘ୍ର ଏହି ବିଜୁ ସେତୁ ଯୋଜନା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି। ଅନ୍ୟପଟେ ଡେଙ୍ଗ ସରପଞ୍ଚ ଜେମାମଣୀ ମଲ୍ଲିକ ବିଜୁ ଜନତା ଦଳରେ ସାମିଲ ହୋଇ ଥିବାବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂ ଦଳୀୟ ଓଢଣ ଓ ଫୁଲଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟ ପଟେ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଅନେକ ବିକାଶ କରିବା ସହ ସବୁବେଳେ ଜନସାଧାରଣଙ୍କ ସହ ରହି ବିକାଶମୂଳକ କାର୍ଯ୍ୟ କରିବେ ଓ ଆଗାମୀ ନିର୍ବାଚନରେ ସାଧାରଣ ଜନତାଙ୍କ ମତଦାନ ପାଇ ପୁଣିଥରେ ବିଧାୟିକା ଓ ମନ୍ତ୍ରୀ ହୋଇ ସେବା କରିବି ବୋଲି କଥା ଦେଇଛନ୍ତି।

 

0
0
0
s2sdefault