ହେଡଲାଇନସ୍:

କି ପ୍ରକାର ଧୂର୍ତ୍ତ ଏ ଭାଇ : ବ୍ୟକ୍ତି ଜଣେ,  ଚାକିରୀ ଦୁଇ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭକୁଆ

ବାରିପଦା(ଦିଲ୍ଲୀପ ମହାନ୍ତି)- ବ୍ୟକ୍ତି ଜଣେ; ମାତ୍ର ଏକ ସମୟରେ ଦୁଇଟି ଅଲଗା ଅଲଗା ସ୍ଥାନ ଓ କାର୍ଯ୍ୟାଳୟରେ ସମସ୍ତ ସରକାରୀ ନୀତି ନିୟମ ଓ ଆଇନ କାନୁନକୁ ଫୁ.. .. ମାରି ଚାକିରୀ କରୁଥିବାର ସୂଚନା ମିଳିଛି ।   ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଥିରେ ଶତ ପ୍ରତିଶତ ସତ୍ୟତା ରହିଛି । ବର୍ତମାନ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ କୌଣସି କାମଧନ୍ଦା ନପାଇ ବେକାର ହୋଇ ବୁଲୁଛନ୍ତି । ସରକାରୀ ଚାକିରୀ ସେମାନଙ୍କ ପାଇଁ ସାତ ସପନ ହୋଇଥିବା ସମୟରେ ଜଣେ ବ୍ୟକ୍ତି ଦୁଇ ଦୁଇଟି ଅଲଗା ଅଲଗା କାର୍ଯ୍ୟାଳୟରେ ବର୍ଷ  ଧରି ସରକାରୀ ଚାକିରୀ କରି ଦରମା ନେଇଚାଲିଛନ୍ତି । ତାହାପୁଣି ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ।  ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । ଜିଲ୍ଲାର ବେତନଟୀ ବ୍ଲକ୍ ଅଞ୍ଚଳର ଦୀଲ୍ଲିପ କୁମାର ମହାନ୍ତ ନାମକ ବ୍ୟକ୍ତି ଏକକାଳୀନ ଦୁଇ ଦୁଇଟି ସରକାରୀ ଚାକିରୀ ପାଇବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ବେତନଟୀ ବ୍ଲକର କୃର୍ଷ୍ଣଚନ୍ଦ୍ରପୁର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କରଞ୍ଜିଆ ସବ୍ସେଣ୍ଟରରେ ସ୍ୱାସ୍ଥ୍ୟ କର୍ମୀ ଭାବେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୭ ବର୍ଷ ଧରି ଖୁଣ୍ଟା ଜୁନିଅର ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଗଣିତରେ ରେଗୁଲାର ପୋଷ୍ଟରେ କାର୍ଯ୍ୟ କରିଆସୁଛନ୍ତି । ଏହାର ତଥ୍ୟ ଆମର ହସ୍ତଗତ ହୋଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ବ୍ୟକ୍ତି ଜଣଙ୍କ ସ୍ୱାସ୍ଥ୍ୟ ବିଭାଗରେ ସ୍ୱାସ୍ଥ୍ୟକର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଖୁଣ୍ଟା ଜୁନିୟର ମହାବିଦ୍ୟାଳୟରେ ଗଣିତ ଅଧ୍ୟାପକ ଭାବରେ ନିଯୁକ୍ତି କିପରି ପାଇଲେ  ଓ  ସରକାରୀ ନିୟମ ଅନୁସାରେ ସରକାରୀ କାର୍ଯ୍ୟ ଦିବସଗୁଡ଼ିକରେ ପ୍ରତ୍ୟେକ ଦିନ ନିଜର ଉପସ୍ଥାନ କିପରି ପକାଇ ଆସୁଥିଲେ । ସ୍ୱାସ୍ଥ୍ୟ ବିଭାଗର କରଞ୍ଜିଆ ସବସେଣ୍ଟର ଅଧୀନରେ ଥିବା ଅଞ୍ଚଳରେ ଲୋକମାନଙ୍କ ନିକଟରେ ପହଁଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ସହିତ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକରେ ଉପଲବ୍ଧ ଔଷଧପତ୍ର ବଣ୍ଟନ ଦାୟିତ୍ୱ  ତୁଲାଉଥିବା ବେଳେ ସବସେଣ୍ଟରଠାରୁ ପ୍ରାୟ ୩୫/୪୦ କି.ମି ଦୂରରେ ଥିବା ଖୁଣ୍ଟା ଜୁନିୟର ମହାବିଦ୍ୟାଳୟରେ ସେହି ସମାନ ସମୟରେ କିଭଳି ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିଲେ ତାହା ଏବେ ଏକ ବଡ ପ୍ରଶ୍ନବାଚୀ ହୋଇ ଛିଡାହୋଇଛି । ଏହି ଘଟଣାରେ କୃଷ୍ଣନ୍ଦ୍ରପୁର ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ. ମହେଶ୍ୱର ମାଝି ଏ ବିଷୟରେ କୌଣସି ଅଭିଯୋଗ ଆସିନଥିଲା । ଦିଲ୍ଲୀପ କୁମାର ମହାନ୍ତଙ୍କର ଫିଲଡ଼ ଡିଉଟି କରନ୍ତି । ତେଣୁ ସେ ଫିଲଡ଼ରେ ଅଛନ୍ତି ଅଥବା ଖୁଣ୍ଟା ମହାବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ସେ ବିଷୟରେ କିଛି ଜାଣି ହେଉନଥିଲା । ଏବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଛି । ତାଙ୍କର ନିର୍ଦ୍ଦେଶ  ମିଳିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେହିପରି ଉଦଳା ଉପଜିଲ୍ଲାପାଳ ତଥା ଖୁଣ୍ଟା ଜୁନିଅର କଲେଜର ସଭାପତି ଭଗବାନ ବେହେରା ଘଟଣା ଉପରେ ତଦନ୍ତ କରାଯାଉଛି । ଅଧ୍ୟାପକ ଦିଲ୍ଲୀପ ମହାନ୍ତଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।  ଖୁବ୍ ଶୀଘ୍ର ତାଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କହିଛନ୍ତି ଉଦଳା ଉପଜିଲ୍ଲାପାଳ ତଥା ଖୁଣ୍ଟା ମହାବିଦ୍ୟାଳୟର ସଭାପତି ଶ୍ରୀ ବେହେରା । ଅନ୍ୟପଟେ ଏହି ଘଟଣାକୁ ନିଜେ ଦିଲ୍ଲୀପ କୁମାର ମହାନ୍ତ ସ୍ୱିକାର କରିବା ସହ ଚଳିବା ପାଇଁ ଯେମିତି ହେଉ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ଫୋନରେ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତ ନିଜେ ଭୂଲ୍ ତଥା ଜାଲିଆତି କରୁଥିବା ଜାଣି ସୁଦ୍ଧା ସରକାରଙ୍କୁ ଚୁନ ଲଗାଇ ଦୁଇଟି ଚାକିରୀ କରି ଦରମା ନେଇ ଚାଲିଥିବା ବେଳେ ଖୁଣ୍ଟା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ସଭାପତି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  ଓ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଜାଣି ପାରିନ ଥିଲେ କିପରି ।  ନା ସମସ୍ତଙ୍କ ଜାଣତରେ ଚାଲିଥିଲା ଏ କାରବାର ! ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପରଦା ପଛରେ ଲୁଚିଥିବା ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଜନସାଧାରଣରେ ଦାବି ହୋଇଛି 

0
0
0
s2sdefault