ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମଲଦା ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ମିଲଥିବା ସୂଚନା ମୁତାବକ ପଦ୍ମପୁର ବ୍ଲକ ପଥରି ଗ୍ରାମର ବଳଦେବ ଜଗତ ଓ ନିତେଇ ଜଗତ ଗୋଟେ ବାଇକ ରେ ଆସୁଥିବା ବେଲେ ଅନ୍ୟ ଜଣେ ବାଇକ ଅରୋହି ସହିତ ତାଙ୍କର ସାମ୍ନାସାମ୍ନି ଧକ୍କା ହେବାରୁ ତିନି ଜଣ ଯାକ ଗୁରୁତର ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଗତ ଙ୍କର ସହିତ ଧକ୍କା ହୋଇଥିବା ବ୍ୟକ୍ତି ଜଣକ ଙ୍କର ଅବସ୍ଥା ଅଧିକ ସଂକଟାପନ୍ନ ରହିଥିବା ସୂଚନା ମିଳିଛି । ପାଇକମାଲ ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇ ଦେଇଛନ୍ତି ।
ରାଜ୍ୟ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନି ଗୁରୁତର
- Hits: 1983