ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ଭେଟିଲେ ପାଇକମାଲ ନାଗରିକ କମିଟି, ଅଂଚଳ ବିକାଶ ପାଇଁ ଦେଲେ ପ୍ରସ୍ତାବ
ବରଗଡ :- ପୁରାତନ ଧାର୍ମିକ ପୀଠ ଗୁଡିକର ବିକାଶ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଏହିକ୍ରମରେ ପ୍ରଥମେ ଶ୍ରୀମନ୍ଦିର ଓ ତାପରେ ଲିଙ୍ଗରାଜ ମନ୍ଦିର ପରେ ପଶ୍ଚିମ ଓଡିଶାର ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଉପରେ ସରକାରଙ୍କ ନଜର | ପଶ୍ଚିମ ଓଡ଼ିଶାର ମା ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଅନୁଧ୍ୟାନ କରିବା ପରେ aaji ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ରାଜ୍ୟ ସରକାର ଙ୍କର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ , ସଚିବ ଶ୍ରୀ ଭିନିଲ କୃଷ୍ନା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରମୁଖ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଗନ୍ଧମାର୍ଦ୍ଦନ ପର୍ବତର ମନଲୋଭା ପରିବେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର କୁ ପରିଦର୍ଶନରେ ଆସିଥିଲେ । ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଅଧିକାରୀ ଗଣ ନୃସିଂହନାଥ କୁ ପହଂଚିବା ପରେ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ ଓ କିଛି ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ ଗୁଡିକୁ ଦେଖିଥିଲେ ।
ଏହାପରେ ମନ୍ଦିର ଅତିଥି ଭବନ ଠାରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ପିଡ଼ି ଶ୍ରୀ କୃତିବାସ ରାଉତ , ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ ଡ଼ନସନା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ମନ୍ଦିରର ମଧ୍ୟବର୍ତୀ କାଳୀନ ଟ୍ରଷ୍ଟି ତଥା ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର,ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନଙ୍କର ସହିତ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହିତ ମନ୍ଦିର ଓ ମନ୍ଦିର ପରିସର କୁ ଆହୁରି କେମିତି ସୁନ୍ଦର ଓ ଉପଯୋଗୀ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ସରିବା ପରେ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସୂଚନା ଦେଇଥିଲେ ଖୁବ ଶୀଘ୍ର ଏକ ଟିମ ଆସି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଲାପରେ କାମ ଆରମ୍ଭ କରାଯିବ । ନୃସିଂହନାଥ ରୁ ହରିଶଙ୍କର ମଦିର ପର୍ଯନ୍ତ ରହିଥିବା ଚଲାପଥର ବିକାଶ ମଧ୍ୟ କରାଯିବ ଓ ଏହା ସହିତ ଏକ ରୋପ ୱେ ର ପ୍ରସ୍ତାବ ଉପରେ ପଦକ୍ଷେପ ଗ୍ରହଣ କରାଯିବ ।
ପାଇକମାଲ ନାଗରିକ କମିଟିର ସଭାପତି ଶ୍ରୀ ମନୋଜ କୁମାର ତ୍ରିବେଦୀ ସମ୍ପାଦକ ଶ୍ରୀ ନୀଳମଣି ପଣ୍ଡା ଓ ବରିଷ୍ଠ ସଭ୍ୟ ଶ୍ରୀ ବିନୋଦ କାଳିଆଙ୍କର ନେତୃତ୍ୱରେ ଏକ ଟିମ ଅଧିକାରୀ ମାନଙ୍କୁ ସାକ୍ଷାତ କରି ପାଇକମାଲର ଡାକ୍ତରଖାନାକୁ CHC କରିବା, ଏକ 132 ଗ୍ରୀଡ଼ ସ୍ଥାପନ କରିବା ଓ ପାଇକମାଲରୁ ନୃସିଂହନାଥ ରାସ୍ତାର ପ୍ରଶସ୍ତିକରଣ ତଥା ଅଲୋକିକରଣ ଓ ଅନ୍ୟ କିଛି ପ୍ରସ୍ତାବ ପ୍ରଦାନ କରିଥିଲେ । ରାଜ୍ୟର ଚାରିଜଣ ସର୍ବୋଚ୍ଚ ଅଧିକାରୀ ବୋଧ ହୁଏ ପ୍ରଥମ ଥର ନୃସିଂହନାଥ ମନ୍ଦିର କୁ ପରିଦର୍ଶନରେ ଆସିଥିବା ଯୋଗୁ ଏଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ ଅନେକ କିଛି ନୂଆ ହେବାର ସମ୍ଭାବନା ଜାଗ୍ରତ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୃସିଂହନାଥ ର ବିକାଶ ହେଲେ ଅଂଚଳରେ ପର୍ଯଟନ ବଢିବ ଓ ସ୍ଥାନୀୟ ଲୋକ ନିଶ୍ଚିତ ଭାବରେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ ।
ଏକ ହଜାର ଲୋକଙ୍କ ରାତ୍ରି ରହଣି ପାଇଁ ଏକ ଭବ୍ୟ ଧର୍ମଶାଳା ନିର୍ମାଣ ,ଏକ ପିକନିକ ସ୍ପଟ , ଅତ୍ୟାଧୁନିକ ଶିଶୁ ଉଦ୍ୟାନ ପାଇକମାଲ ମୁଖ୍ୟ ଛକରୁ ନୃସିଂହନାଥ ମନ୍ଦିର ପର୍ଯନ୍ତ ରାସ୍ତାର ପ୍ରଶସ୍ତି କରଣ ଓ ଅଲୋକିକରଣ ଆଦି ନିର୍ମାଣର ପ୍ରସ୍ତାବ ରହିଛି ।