ହେଡଲାଇନସ୍:

ଆଇ.ଟି.ଆଇ ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:  ଉପକୃତ ହେବେ ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି।   ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ।  ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ  ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି  ବାବଦରେ ଛାଡ ପାଇବେ।

0
0
0
s2sdefault