ହେଡଲାଇନସ୍:

ସାମ୍ବାଦିକଙ୍କୁ ମାଡ଼ ମାମଲା। ଝାରସୁଗୁଡ଼ା ଏସପିଙ୍କ ସହ ସାକ୍ଷାତ କଲା ଜିଲ୍ଲା ସାମ୍ବାଦିକ ସଂଘ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଗତ ୩୦ ତାରିଖରେ ଝାରସୁଗୁଡ଼ାର ଜନୈକ ସାମ୍ବାଦିକଙ୍କ ଉପରେ ଦୁଇଜଣ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ବାରା ଶାରିରୀକ ଆକ୍ରମଣ ଘଟଣାର ବିରୋଧ କରି ଓ ଉକ୍ତ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ସଂଘ ଆଜି ଝାରସୁଗୁଡ଼ା ଏସପିଙ୍କୁ ସାକ୍ଷାତ କରିଥିଲେ। ଏହା ବ୍ୟତୀତ ଘଟଣା ପରେ ଉଭୟଙ୍କୁ ବ୍ୟକ୍ତିଗତ ମୁଚଲିକାରେ ଛାଡ଼ିବା ନେଇ ମଧ୍ୟ ସେମାନେ ବିରୋଧ ପ୍ରକଟ କରିଛନ୍ତି। ଏହି ଦୁଇଜଣ ଆକ୍ରମଣକାରୀଙ୍କ ଉପରେ ଆଖିଦୃଶିଆ ପଦକ୍ଷେପ ନେବାକୁ ସାମ୍ବାଦିକ ସଂଘ ଏସପିଙ୍କୁ ଦାବି କରିଛନ୍ତି। 

ସୂଚନାଯୋଗ୍ୟ ଯେ ଗତ ତିରିଶ ତାରିଖରେ ରଘୁନାଥପାଲି ଛକରେ ସାମ୍ବାଦିକ ପ୍ରକାଶ ପ୍ରଧାନ ନିଜ ମୋଟର ସାଇକେଲ ସହ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଦୁଇଜଣ ଯୁବକ ତାଙ୍କ ସହ କଥାବାର୍ତ୍ତା ପରେ ମାଡ଼ ମାରିଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପ୍ରକାଶଙ୍କ ଅନୁସାରେ ଦୁଇଜଣଯାକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଦେଖି ପ୍ରକାଶ ସେମାନଙ୍କୁ ଏପରି କରିବାକୁ ମନା କରିଥିଲେ। ଏହା ଫଳରେ ଉଭୟେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ପ୍ରକାଶ କୋଲାବିରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପରେ ବ୍ୟକ୍ତିଗତ ମୁଚଲିକାରେ ଛାଡ଼ି ଦେଇଥିଲେ।

0
0
0
s2sdefault