ହେଡଲାଇନସ୍:

କଳାହାଣ୍ଡି : ଯେତେ ଘୋଡେଇଲେ ବି ଛପୁନି ବିଚିତ୍ର ଏ ଭୋକର ଭୂଗୋଳ ......

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

୧୩ଜଣ ଶ୍ରମିକଙ୍କୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରି ଫେରାର ଦଲାଲ 

କଳାହାଣ୍ଡି / ତୁଳମଣି ନାଗ: ଓଡିଶା ରାଜ୍ୟରେ ଏକ ନମ୍ବର୍ ମାନ୍ୟତା ପାଇଥିବା  ମୁଖ୍ୟମନ୍ତ୍ରୀ ସୁଦ୍ଧା   ନିଜ ରାଜ୍ୟର କଳାହାଣ୍ଡି ଜିଲ୍ଲାରେ କାମ ବୃତ୍ତି ନ ପାଇ ହଜାର୍ ହଜାର୍ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଇ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆନ୍ଧ୍ରପ୍ରଦେଶକୁ ଗୋଟିଏ ଦଲାଲ ୧୩ ଜଣ ଲୋକଙ୍କୁ ନେଇ ବିକ୍ରି କରିଦେଇ ଥିବା ତାହାର  ଜ୍ୱଳନ୍ତ ଉଦାହରଣ  I ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକଅନ୍ତର୍ଗତ ଡ଼ୁମେରଗୁଡ଼ା ପଞ୍ଚାୟତର ମୂଖିଗୁଡା ଗ୍ରାମରେ |  ଉକ୍ତ ଗ୍ରାମର ଦଲାଲ ବିଷ୍ଣୁପ୍ରସାଦ ମାଝୀ ନିଜ ଗ୍ରାମ ର ୧୩ ଜଣ ଶ୍ରମିକଙ୍କୁ ନାନା ପ୍ରକାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶକୁ ନେଇ ଗୋଟେ ମାଲିକ ପାଖରେ ୫,୦୦୦୦୦ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରି ଥିବା ଜଣାପଡିଛି ! ଏହି ଶ୍ରମିକମାନଙ୍କୁ ୨୦୨୦ ମସିହା ଡିସେମ୍ବର ମାସରେ  ହିଁ ନେଇ ଯାଇ ରାତି ୩ ରୁ ସକାଳ ୧୧ ଟାସମୟ ପର୍ଯ୍ୟନ୍ତ ଓ ଦିନ ଦୁଇରୁ ରାତି ୧୧ ଟା ସମୟ ପର୍ଯ୍ୟନ୍ତ  ସେ ଶ୍ରମିକ ମାନଙ୍କୁ  ମାଲିକ କାମ କରିବା ପାଇଁ କହୁଛି I କାମ ନ କଲେ ଗାଳି ଗୁଲଜ ମାଡ଼ପିଟ । ଶ୍ରମିକ ମାନେ ମୋବାଇଲ ଫୋନ ଜରିଆରେ ଭିଡ଼ିଓ  ଜାରି କରି  କହୁଥିବା I ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ସେହି ଦଲାଲ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।

0
0
0
s2sdefault