ହେଡଲାଇନସ୍:

ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିବଂଗତ  ସାମ୍ବାଦିକଙ୍କ ଵିଧବା ପତ୍ନୀଙ୍କୁ ଭତ୍ତା ପ୍ରଦାନ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ଵୈଠକ ଓ ବାର୍ଷିକ ପାରିବାରିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସମ୍ବଲପୁର ଜିଲ୍ଲା ଶାଖାର ସମସ୍ତ ସଭ୍ୟ ଙ୍କ ପରିବାର ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ସଂଘର ବାର୍ଷିକ ସାଧାରଣ ପରିଷଦ ସଭାରେ ସାମ୍ବାଦିକମାନଙ୍କ ହିତ ଦୄଷ୍ଟିରୁ ଆଗାମି କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଏଥିସହ ସମ୍ବଲପୁର ଜିଲ୍ଲାର ଦିବଂଗତ  ସାମ୍ବାଦିକଙ୍କ ଵିଧବା ପତ୍ନୀଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ତେବେ ସଂଘର ଏହି ଵୈଠକରେ ରାଜ୍ୟ ସାଧାରଣ ସଂପାଦକ ଶଶିଭୁଷଣ ପ୍ରହରାଜ ,ରାଜ୍ୟ ସାଂଗଠନିକ ସଂପାଦକ ସଞ୍ଜୀବ ନାୟକ ,ପ୍ରାନ୍ତୀୟ ସଂପାଦକ ରମାକାନ୍ତ ବିଶ୍ୱ।ଳ  ଅତିଥି ଭାବରେ ଯୋଗ ଦେଇଥିଲେ ।

ପରିଶେଷରେ ସଂଘର ସମ୍ବଲପୁର ଜିଲ୍ଲା ସାଖାର ନୂତନ ସଭାପତି ହିମାଂଶୁ ଶେଖର ମିଶ୍ର,ସାଧାରଣ ସଂପାଦକ ସରୋଜ ସାହୁ ଙ୍କ ସମେତ ସଂଘର ଉପସଭାପତି , ସଂପାଦକ , ସହସଂପାଦକ , କୋଷାଧ୍ୟକ୍ଷ , କାର୍ଯ୍ୟକାରୀଣି କମିଟିର ନୂତନ କର୍ମକତ୍ତା ମନୋନୀତ  କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

0
0
0
s2sdefault