ହେଡଲାଇନସ୍:

ସକ୍ଷମ-୨୦୨୧ : ଇନ୍ଧନ ତୈଳ ଓ ଗ୍ୟାସର ସଂରକ୍ଷଣତା ଉପରେ ସଚେତନତା କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
 

ସ୍ୱାସ୍ଥ୍ୟ ପର୍ଯ୍ୟବରଣ ଏବଂ ଇନ୍ଧନ ସଂରକ୍ଷଣ ପାଇଁ ସାଇକଲ ଚଳାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।   ପରେ ଏହି ଉପରୋକ୍ତ ସଂରକ୍ଷଣତା ଉପରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା ।

 ଏହାପରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନ୍ଧନ ତୈଳ ଓ ଗ୍ୟାସର ଅନାବଶ୍ୟକ ବ୍ୟବହାରକୁ ରୋକିବା ଓ ସଂରକ୍ଷଣତା ଉପରେ ବିଭିନ୍ନ ପ୍ଲା-କାର୍ଡ ଧରି ଏକ ସଚେତନତା ମୂଳକ ସାଇକଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । 

  ଏହି କାର୍ଯ୍ୟକ୍ରମରେ ଏରିଆ ସେଲସ ମ୍ୟାନେଜର ଶ୍ରୀ ଶୁଭମ କୁମାର ସାହୁ , ଏଚପି-ଗ୍ୟାସ ଓ ଭାରତ-ଗ୍ୟାସର ଡିଷ୍ଟ୍ରିବୁଟର ଓ କର୍ମଚାରୀ ଗଣ ଇଣ୍ଡିଆନ ଅଏଲ ଓ ହିନ୍ଦୁସ୍ଥାନ ପେଟ୍ରୋଲିଅମ ପେଟ୍ରୋଲ ଟ୍ୟାଙ୍କର  ମାଲିକ ଓ କର୍ମଚାରୀ ଗଣ ପ୍ରମୁଖ ଯୋଗ ଦେଇଥିଲେ ।  ଏସଡିପିର ଶ୍ରୀ ନରସିଂହ ବେହେରା ଏବଂ ଏଚପି: ଗ୍ୟାସର ଶ୍ରୀ ବିଜୟ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

          

 

0
0
0
s2sdefault