ହେଡଲାଇନସ୍:

 ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ --୨୦୨୧ ଶୁଭାରମ୍ଭ : ୩୧-୧-୨୦୨୧ ଠାରୁ ୨-୨-୨୦୨୧ ଚାଲିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ (ରବିବାର ଦିନ) ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୧ର ଶୁଭାରମ୍ଭ ହୋଇଯାଇଛି । ଏହିକାର୍ଯ୍ୟକ୍ରମ ୩୧-୧-୨୦୨୧ ଠାରୁ ୨-୨-୨୦୨୧ ପର୍ଯ୍ୟନ୍ତ ସମଗ୍ର ଗଜପତି ଜିଲ୍ଲାରେ ଚାଲିବ। 

ଏହି ଅବସରରେ ଆୟୋଜିତ ଶୁଭାରମ୍ଭ ସଭା କାର୍ଯ୍ୟକ୍ରମରେ ସିଡିଏମଓ:-ଡାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସିନିର କନସଲଟାଣ୍ଟ(ଟ୍ରେନିଙ୍ଗ) ତଥା କାର୍ଯ୍ୟକ୍ରମର  ରାଜ୍ୟସ୍ତର ନୋଡାଲ ଅଧିକାରୀ ଡାଃ ବିଶ୍ଵଜିତ ମୋଦକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମହାନ ଜାତୀୟ କାର୍ଯ୍ୟକ୍ରମରେ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ । 

ଏହି ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ୫ ବର୍ଷ ବୟସରୁ କମ୍ ର  ପ୍ରାୟ ୭୧ହଜାର ୨୭୦ ଜଣ ଶିଶୁଙ୍କୁ ଦୁଇବୁନ୍ଦା ପୋଲିଓ ଟୀକା ଖୁଆଇବା ଲକ୍ଷ ରଖାଯାଇଛି । ଏଥିପାଇଁ ଚିହ୍ନଟ କରାଯାଇଥିବା ୫୭୪ ଟି କେନ୍ଦ୍ରରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୨୦ ଟି ଭ୍ରାମ୍ୟମାଣ ଦଳ ଏବଂ ପାରଳା ସହର ଓ ଅନ୍ୟାନ୍ୟ ଠାରେ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନରେ ୩୦ ଟି ଦଳ ନିୟୋଜିତ କରାଯାଇ ସେଠାରେ ମଧ୍ୟ ଶିଶୁଙ୍କୁ ଟୀକା ଦିଆହେଉଛି । 

ପ୍ରଥମ ଦିନ ଅର୍ଥାତ ୩୧-୧-୨୦୨୧(ରବିବାର) ଦିନ ଚିହ୍ନଟ କରାଯାଇଥିବା କେନ୍ଦ୍ର ସମୂହ ଟୀକାକରଣ କରାଯିବ।ପରବର୍ତ୍ତୀ ଦୁଇଦିନ  ଟୀକା ପ୍ରଦାନକାରୀ ଦଳ ଘର ଘର ବୁଲି ଯେଉଁମାନେ ଟୀକା ନେଇ ନ ଥିବେ , ସେମାନଙ୍କୁ  ଟିକାଦେବେ । 

ଏହି ସମସ୍ତ କାର୍ଯ୍ୟକ୍ରମ ସରକାରଙ୍କ କୋଭିଡ-୧୯ ନିୟମାବଳୀ ପ୍ରକାରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା ,  ବାରମ୍ବାର ସାବୁନରେ ହାତ ଧୋଇବା ତଥା ସାନିଟାଇଜର ବ୍ୟବହାର କରିବା ପ୍ରଭୃତି  ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସିଡିଏମଓ : ଡାଃ ପ୍ରଦୀପ କୁମାର ପାତ୍ର କହିଛନ୍ତି ।

 ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିପିଏମ ସୌମ୍ୟରାଣୀ ଗୌଡ଼ , ଏଡିପିଏଚଓ(ଏଫଡବ୍ଲ୍ୟୁ) ଡାଃ ଏମ: ଏସ: ମୁନିର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମଓ ଡାଃ ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ(ଟିବି) ଡାଃ ଆର.ଏନ୍ ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ ପ୍ରଜନନ ଓ ଶିଶୁସ୍ବାସ୍ଥ୍ୟ - ଡେପୁଟି ମ୍ୟାନେଜର ଶ୍ରୀ ଶୁସାନ୍ତ ପ୍ରସାଦ ନାୟକ ପରିଚାଳନା କରିଥିବା ବେଳେ  ବିଭାଗୀୟ ଶ୍ରୀ ନେତ୍ରାନନ୍ଦ ଶତପଥୀ ଓ ଶ୍ରୀ ସୁରେଶ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault