-
ବାରିପଦା ଷ୍ଟାଡ଼ିୟମର ହେବ ଉନ୍ନତି କରଣ
-
ଦିବା-ରାତ୍ର କ୍ରୀଡ଼ା ପାଇଁ ଲାଗିବ ଫ୍ଲଡ଼ ଲାଇଟ
-
ଫ୍ଲଡ଼ ଲାଇଟରେ ହେବ ଏମପିଏଲର ଫାଇନାଲ ମ୍ୟାଚ
ବାରିପଦା( ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ନଜର ଦେଇଛନ୍ତି ବିଜେଡ଼ି ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ବବି ଓରଫ ପ୍ରଣବ ପ୍ରକାଶ ଦାସ । ଆଜିଠାରୁ ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଓ କ୍ରିକେଟ ପ୍ରତିଯୋଗିତାକୁ ନେଇ ମୟୂରଭଞ୍ଜ ପ୍ରିମିୟର ଲିଗ ଅମ୍ଭ ହୋଇଥିବା ବେଳେ ବବି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୟୂରଭଞ୍ଜ ଗସ୍ତରେ ଆସିଥିଲେ । ଏହି ଅବସରରେ ବାରିପଦା ଷ୍ଟାଡ଼ିୟମ ବୋଲି ଦେଖିବା ସହିତ ଏହାର ଭିତ୍ତିଭୂମି ବିକାଶ ନେଇ ଆଲୋଚନା କରିଥିଲେ । ଜିଲ୍ଲାର ପ୍ରମୁଖ ଷ୍ଟାଡ଼ିୟମର ଭିତ୍ତିଭୂମି ବିକାଶ ନେଇ ବିଶେଷ ପଦକ୍ଷେପ ନିଆଯିବା ଉପରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ କିଶୋର ବିଶ୍ୱାଳଙ୍କ ନିକଟରୁ ଏହା ଉପରେ ବ୍ଲୁ-ପ୍ରିଣ୍ଟ ଆହ୍ୱାନ କରିଛନ୍ତି । ତେବେ ବାରିପଦା ଷ୍ଟାଡ଼ିୟମରେ ଖୁବ ଶୀଘ୍ର ଫ୍ଲଡ଼ ଲାଇଟ ଲାଗିବ ବୋଲି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି ବବି । ଏନେଇ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏପରିକି ଆସନ୍ତା ମାର୍ଚ୍ଚ ୬ରେ ଏମପିଏଲର ଫାଇନାଲ ମ୍ୟାଚ ଫ୍ଲଡ଼ ଲାଇଟ ତଳେ ଆୟୋଜନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ଜିଲ୍ଲାର କ୍ରୀଡ଼ାପ୍ରେମୀମାନଙ୍କ ମଧ୍ୟରେ ନୂଆ ଉନ୍ମାଦନା ଖେଳାଇ ଦେଇଛି । ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ବବିଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ବବିଙ୍କର ବାରିପଦା ଷ୍ଟାଡ଼ିୟମ ପରିଦର୍ଶନ ସମୟରେ ତାଙ୍କ ସହିତ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ , ଦେବାଶିଷ ମାର୍ଣ୍ଡି, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, କୃଷ୍ଣ ଦାସ, କୃଷ୍ଣାନନ୍ଦ ମହାନ୍ତି, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଦେବାଶିଷ ପାତ୍ର, ପ୍ରଭାତ ନାୟକ, ବିକାଶ ବାରିକ , ଦୀପକ ମଢ଼ୁଆଳ, ପ୍ରସନ୍ନଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।