ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ୫୬ ନମ୍ବର ଜାତୀୟ ରାଜପଥ ସିନ୍ଦୁରପଙ୍କ ରେଲୱେ ବ୍ରିଜ ନିକଟରେ ଟ୍ରକ ଓଆରଏ ୧୫୩୫ ଓ ଏକ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତାରେ ପଡିରହିଥିଲେ ।
ଘଟଣାପରେ ରାଜପଥ ଲୋକାରଣ୍ୟ ଥିବା ଦେଖି ସେହି ରାସ୍ତାରେ ଯାଉଥିବା ୟୁଏମଏଚୟୁ ଡାକ୍ତର ରାଜାରାମ ଷଡଙ୍ଗୀ ଆହତ ପାଖରେ ପହଞ୍ଚି ସଦର ଓଆଇସି ଚିନ୍ତାମଣି ପ୍ରଧାନଙ୍କୁ ସୁଚନା ଦେବାପରେ ତ୍ୱରିତ ପିସିଆର ଗାଡି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାରକରି ସଦର ହସପିଟାଲରେ ଭର୍ତ୍ତୀ କରିଛନ୍ତି। ଦୁର୍ଘଟନା ପରେ ଟ୍ରକକୁ ରାସ୍ତାରେ ରଖି ଡ୍ରାଇଭର୍ ଫେରାର ହୋଇଯାଇଥିଲେ । ପୁଲିସ ଘଟଣା ସ୍ଥଳରୁ ଟ୍ରକ ଓ ବାଇକ କୁ ଜବତ କରି ତଦନ୍ତ କରୁଛନ୍ତି । ଆହତ ଯୁବକ କବରାପାଲି ପଞ୍ଚାୟତ ତୁରିପଡାର ଯୁଧିଷ୍ଟିର ସିଂ ବୋଲି ପରିଚୟ ମିଳିବା ପରେ ଏ ସଂପର୍କରେ କବରାପାଲି ସରପଞ୍ଚ ଙ୍କୁ ମଧ୍ୟ ଜଣାଇଦିଆଯାଇ ଆହତଙ୍କୁ ସହଯୋଗ କରିବାକୁ ସୂଚନା ଦିଆଯାଇଥିଲା । ମୁଣ୍ଡ ଓ ଜଙ୍ଘରେ ଗୁରୁତର ଆହତ ହୋଇଥିଲେବି ହେଲମେଟ ଯୋଗୁଁ ଅଳ୍ପକେ ଜୀବନ ରକ୍ଷା ହୋଇଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।