ଝାରସୁଗୁଡ଼ା/ସୁବାସ ସାହରେ -କୋଲାବିରା ତହସିଲଦାର ଗୋଲକ ବିହାରୀ ମଙ୍ଗରାଜଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉପଲକ୍ଷେ ଏକ ସଭା ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସରୋଜ କୁମାର ସାମଲ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ଅବସରକାଳୀନ ଉପହାର ପ୍ରଦାନ ପୂର୍ବକ ଶ୍ରୀ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ , ଗୋଲକ ବିହାରୀ ମଙ୍ଗରାଜଙ୍କ ଝାରସୁଗୁଡ଼ା ରହଣି ସମୟରେ ତାଙ୍କ କାର୍ଯ୍ୟ ଦକ୍ଷତା ଓ କର୍ତ୍ତବ୍ୟ ନିଷ୍ଠା ପାଇଁ ପ୍ରଶଂସା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଲିଲି କୁମାରୀ କୁଲୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ବିଡ଼ିଓ ପ୍ରସନ୍ନ ପାଣ୍ଡେ , ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ ,ଡେ଼ପୁଟି କଲେକ୍ଟର ଗୀତିକା ନାଏକ ପ୍ରମୁଖ ଶ୍ରୀ ମଙ୍ଗରାଜଙ୍କ କର୍ତବ୍ୟ ପରାୟଣତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମଙ୍ଗରାଜ ଝାରସୁଗୁଡ଼ା ରହଣି ସମୟରେ ନିଜର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଗଣ ଉପସ୍ଥିତ ଥିଲେ ।
ରାଜ୍ୟ
ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।
- Hits: 198