ଝାରସୁଗୁଡ଼ା/ସୁବାସ ସାହରେ - ଶହୀଦ ଦିବସ ଅବସରରେ ସ୍ଥାନୀୟ ସର୍କିଟ ହାଉସଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲାପାଳ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗୀୟ ପଦାଧିକାରୀ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଲିଲି କୁମାରୀ କୁଲୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ପ୍ରକଳ୍ପ ନିର୍ଦ୍ଦେଶକ ( ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ପି ବି ବାଗେ , ଗୀତିକା ନାଏକ , ଯୋଗେନ୍ଦ୍ର ମାଝୀଙ୍କ ସମେତ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଶହୀଦ ଦିବସ ଅବସରରେ ମାଲ୍ୟାର୍ପଣ ଓ ନୀରବ ପ୍ରାର୍ଥନା ସଭା ଅନୁଷ୍ଠିତ ।
- Hits: 202