ହେଡଲାଇନସ୍:

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ, ଆଜି ଉଦଯାପନ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର ସ୍ଥିତ କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡ ଠାରେ 'ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ' ଉଦଘାଟିତ ହୋଇଯାଇଛି | ଦ୍ବିଦିବସୀୟ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ | ସାଧାରଣତଃ ଚ୍ୟାନେଲ ଗୁଡିକ ଟିଆରପି ଦୌଡ଼ରେ ସାମିଲ ହୋଇ ପରସ୍ପର ପ୍ରତି ପ୍ରତିଦ୍ବନ୍ଦୀମୂଳକ ଆଭିମୁଖ୍ୟ ପ୍ରତିପୋଷଣ କରିଥାନ୍ତି | ହେଲେ ଆଜି କିନ୍ତୁ ବନ୍ଧୁତ୍ୱପୂର୍ଣ୍ଣ ତଥା ଭାଇଚାରାର ଯେଉଁ ନିଦର୍ଶନ ଦେଖିବାକୁ ମିଳିଛି ତାହା ବେଶ ପ୍ରଶଂସନୀୟ | ସ୍ପନସର ଟିମ 'ଅମେବି ପ୍ଲସ'ସହିତ ମୋଟ 13ଟି ମେଗାଧାରାବାହିକ ଏଥିରେ ଅଂଶଗ୍ରହଣ କରୁଛନ୍ତି | ସେଗୁଡିକ ହେଲେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ 'ତାରାତାରିଣୀ', 'ସିନ୍ଦୂରର ଅଧିକାର", 'ନୂଆବୋହୂ', 'କୁଆଁରୀ ବୋହୂ', 'ମାୟା',  ଜୀ-ସାର୍ଥକରେ ପ୍ରସାରିତ 'ଜୀବନସାଥୀ', 'ଦିବ୍ୟଦୃଷ୍ଟି', 'ମହାଦେବୀ', 'ରହିଛି ରହିବି ତୋରି ପାଇଁ', 'ତୋ ପାଇଁ ମୁଁ ମୋ ପାଇଁ ତୁ',  ମଞ୍ଜରୀରେ ପ୍ରସାରିତ 'ସିଂହଦ୍ୱାର', 'ନଣନ୍ଦ ପୁଟୁଳି' ଓ 'ମୋ ଦେହେ ବୋଳିଦେ ତୋଦେହ କଳା' ଟିମ  | ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମିଶ୍ର, ଶ୍ରୀଜିତ ଶତପଥୀ,  ଦ୍ବିପାୟନ ମଜୁମଦାର, ରତିକାନ୍ତ ଶତପଥି,  ଗାର୍ଗୀ ମହାନ୍ତି, ବସନ୍ତ ସାହୁ, ଅନୁକୂଳ ରାଉତ ପ୍ରମୁଖ ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ | 7ଟି ଲିଗ ମ୍ୟାଚ, 4ଟି କ୍ୱାର୍ଟର ଫାଇନାଲ, 2ଟି ସେମି ଫାଇନାଲ ଓ 1ଟି ଫାଇନାଲ ମ୍ୟାଚକୁ ମିଶାଇ ଖେଳାଯିବାକୁ ଥିବା, ଅମିତ କୁମାର, ଜ୍ୟୋତିପ୍ରକାଶ ପଣ୍ଡା, କୁକିଜ, ରିଷି, ଚିନ୍ତାମଣି,  ମହାପ୍ରସାଦ,  ଦେବସ୍ମିତା ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ,  ଅନ୍ନଦା ପ୍ରସାଦ (ବାପି ଭାଇ), କେକେ, ବିରଞ୍ଚି, ନିତୁ ସିଂହ, ଲୋପାମୁଦ୍ରା, ମିତାଲି ସରଘରିଆ, ଅର୍ପିତା କର, ତୃପ୍ତି ମିରମ୍ବିକା, ରୋଜି, ସେଲି ମିଶ୍ର, ଅନନ୍ତ ନାରାୟଣ ରଥ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି | ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିଛି ସେମାନେ ହେଲେ ବରଦା ପ୍ରସନ୍ନ ପାତ୍ର, ଅଜୟ ସିଂହ, ଅମିତ କୁମାର ଓ ସାରଦା ପ୍ରସନ୍ନ ପାତ୍ର | କିଟ ସ୍ପୋର୍ଟ୍ସ ଏକାଡେମୀ ଏବଂ ଓଡିଶା କ୍ରିକେଟ ଆସୋସିଏସନର ପ୍ୟାନେଲ ଅମ୍ପାୟାର ମ୍ୟାଚ ପରିଚାଳନା କରୁଛନ୍ତି | 

ପାରଦରୁ ପଡିଆକୁ ଓହ୍ଲାଇଛନ୍ତି ଦର୍ଶକଙ୍କ ପ୍ରିୟ ଓ ପସନ୍ଦିଦାର ଅଭିନେତା ଅଭିନେତ୍ରୀ | ଅଭିମୁଖ୍ୟଟି ହେଉଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ସକାରତ୍ମକ ଚିନ୍ତାଧାରା ଓ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେବା | ଆଉ ଏହା କେଵଳ ସମ୍ଭବ ହୋଇପାରିଛି ସ୍ପନସର ଅମେବି ପ୍ଲସ ପାଇଁ ଏବଂ ଓଡ଼ିଆ ମେଗା ସିରିୟଲ କ୍ରିକେଟ ଲିଗର  ସମସ୍ତ ସଦସ୍ୟଙ୍କ ପାଇଁ, ଯେଉଁମାନେ ପଡିଆରେ କ୍ରୀଡା ପ୍ରଦର୍ଶନ କରୁଛନ୍ତି ଏବଂ ଯେଉଁମାନେ ଗ୍ୟାଲେରୀରେ ଦର୍ଶକଙ୍କ ସହ ମିଶି ଉତ୍ସାହିତ କରୁଛନ୍ତି | ପ୍ରଥମ ଦିନରେ ଲିଗ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିବା ବେଳେ ସେଥିରୁ ବିଜୟୀ 8ଟି ଟିମ ଆଜି କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିବେ | ଆଜିର ଉଦଜାପନୀ ଉତ୍ସବରେ ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କିଟ କ୍ରୀଡା ନିର୍ଦେଶକ ପ୍ରମୁଖ ଯୋଗ ଦେବେ |

0
0
0
s2sdefault