ପଦ୍ମପୁର- ବିଲେଇ ଲୁଚି ଲୁଚି କ୍ଷୀର ପିଉଛି ସତେ ଯେମିତିକା କେହି ଜାଣି ପାରୁ ନାହାଁନ୍ତି ଏବଂ ଘର ମାଲିକ ବି ପୋଷା ବିରାଡି ପରେ ସ୍ନେହ ମମତା ଦେଖାଇ ସୁରକ୍ଷା ଦେଉଛି । ଗୋଟିଏ ଟଙ୍କା ବିନିମୟରେ ଅଶି ଟଙ୍କା କାହାକୁ ବା ଲୋଭ ନାହିଁ । ଏହି ସଟ୍ଟା ଖେଲ ମାୟାରେ ପଡି ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି । ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ଆହୁରି ଜୋରରେ ଚାଲିଛି ସଟ୍ଟା ଖେଲ । ପରୀକ୍ଷା ପୂର୍ବରୁ ପିଲାମାନେ ଯେମିତି ପାଠକୁ ଓଭର ଲୁକ କରନ୍ତି ସେପରି ଲୋକମାନେ ସବୁବେଳେ ସଟ୍ଟା ଚାଟକୁ ଧରି ନମ୍ବର ଗଣୁଥିବା ଦେଖିବାକୁ ମିଲୁଛି । ଗାଇସିଲାଟ ଥାନା ପାଖ ପାନ ଦୋକାନ, ପୂଜା ଭଣ୍ଡାର ,ବନ୍ଦ ହିଡରେ ତଥା ବିଭିନ୍ନ ଗ୍ରାମରେ ମଧ୍ୟ ଖୋଲମ ଖୋଲ୍ଲା ସଟ୍ଟା ଖେଲ ଚାଲିଥିବା ଅଭିଯୋଗ ହୋଇଆସୁଛି । ଏହି ସଟ୍ଟା ଖେଲର ପାଠ ଜଣେ ଶିକ୍ଷକ ପଢାଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଟଙ୍କା ଲୋଭରେ ପଡି ଲୋକ ଚୋରି ଡକାୟତି କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ହେଲେ ବିଡମ୍ବନାର ବିଷୟ ଏହାକି ଗାଇସିଲାଟ ପୋଲିସ ସବୁ ଜାଣିଶୁଣି ନିଘୋଡ଼ ନିଦ୍ରାରେ ଶୋଇଛିକି ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଜୋରଧରିଛି । ଶୋଇଛି ନା ଶୋଇଲା ପରି ଅଭିନୟ କରୁଛି ଏହା ମଧ୍ୟ ପ୍ରଶ୍ନବାଚୀ ସୄଷ୍ଟି କରୁଛି ।