ରାୟଗଡ(ସରୋଜ କୁମାର ସାହୁ) :ରାୟଗଡ଼ ଜିଲ୍ଲାପାଳ ତଥା ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ବ୍ୟବସାୟିକ ସମ୍ପ୍ରଦାୟ ଏବଂ ଆପାର୍ଟମେଣ୍ଟ ମାଲିକ ମାନଙ୍କ ସହିତ ଅନୁଷ୍ଠିତ ହୋଇଥିଲା l ପୌର ନିର୍ବାହୀ ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ଶତପଥି ବୈଠକର ଉଦେଶ୍ୟ ସମ୍ବନ୍ଧରେ ଉପସ୍ଥାପନା କରିବାସହ ଆଲୋଚନାକୁ ବଢ଼ାଇଥିଲେ l ମୁଖ୍ୟତଃ ରୟାଗଡ଼ ସହାରକୁ ଏକ ସମ୍ପୂର୍ଣ୍ଣ ପରିମଳ ସହର ଭାବେ ଗଢିବା ନିମନ୍ତେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ସହରର ଅଟାଳିକା ମାନଙ୍କରୁ ସଙ୍ଘଠିତ ଭାବେ ଓ ନିର୍ବିଘ୍ନ ଭାବରେ ପୃଥକିକରଣ ବର୍ଜ୍ୟବସ୍ତୁ ସଂଗ୍ରହ କରିବା, ସହରରୁ ଠିକ ସମୟରେ ଆବର୍ଜନାକୁ ଉଠାଇବା, ସହରରେ ବହୁଳ ମାତ୍ରାରେ ଆବର୍ଜନା ଜମା କରି ଅପରିଷ୍କାର କରୁଥିବାରୁ ସେହି ଜମାକାରୀଙ୍କ ଠାରୁ ଜରିମାନା ଆଦାୟ କରିବା, ପଲିଥିନ ବାରଣ ସତ୍ୱେ ପଲିଥିନ ବ୍ୟବହାର କlରି ମାନଙ୍କଠାରୁ ଜରିମାନା ଆଦାୟ କରିବା, ବ୍ୟବସାୟିକ ସଂସ୍ଥାନ ମାନେ ଯୁଗ୍ମ ଡ଼ଷ୍ଟବିନ ସ୍ଥାନିତ କରିବା, ଏକ ଉତ୍ସର୍ଗୀକୃତ ହ୍ଵାଟ୍ସଆପ ମlଧ୍ୟମରେ ସହରର ଜନସାଧାରଣଙ୍କ ଠାରୁ ବିଭିନ୍ନ ସମସ୍ୟା ଉପରେ ଦୈନନ୍ଦନ ଅଭିଯୋଗ ଶୁଣିବା, ରାତ୍ର ସଫେଇକୁ ଅଲଗା ଅଞ୍ଚଳକୁ ବିସ୍ତାର କରିବା, ମାସର ପ୍ରଥମ ରବିବାର ଦିନ ମିଳିମିଶି ପ୍ରତ୍ୟେକ ୱାର୍ଡରେ ବ୍ୟାପକ ସଫେଇ କାର୍ଯ୍ୟକରିବା ଆଦି ଉପରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ହିତାଧିକାରୀ ମାନଙ୍କୁ ଜିଲ୍ଲାପାଳ, ରାୟଗଡ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରିଥିଲେ l
ଏହି ବୈଠକରେ ରାୟଗଡ ପୌର କାର୍ଯ୍ୟାଳୟ କର୍ମଚାରୀ, ସହରର ବରିଷ୍ଠ ନାଗରିକ ଆଦି ଯୋଗଦାନ କରିଥିଲେ l