ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ବେଳେ ବନ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁ ରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ବଜ୍ରକାପ୍ତାକୁ ରଖିଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ ୧୫ ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇ ଉଦ୍ଧାର କରିବାକୁ ପହଁଞ୍ଚି ଥିଲେ । ଏହି ସମୟ ଗାଁ ର ୩୦ ରୁ ଉର୍ଦ୍ଧ୍ବ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ,ଗାଡି ଡ୍ରାଇଭର ସମେତ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜ୍ୟ
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଗ୍ରାମବାସୀ ଓ ବନବିଭାଗ ମଧ୍ୟରେ ଖଣ୍ଡଯୁଦ୍ଧ ।
- Hits: 300
![](/images/JAN-21/IMG-20210130-WA0136.jpg)