ହେଡଲାଇନସ୍:

ବାଇକକୁ ଧକ୍କା ଦେଲା ହାଇଓ୍ବା, ବାଇକ ଚାଳକ ଗୁରୁତର ଏବଂ ହାଇଓ୍ବା ଡ୍ରାଇଭର ଫେରାର ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବିଜାଡିହି ଛକଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ଧକ୍କାରେ ବାଇକ ଆରୋହୀ ଗୁରୁତର । ସୂଚନା ଅନୁସାରେ ଏକ ବାଇକରେ ଜଣେ ଯୁବକ ବିଜାଡିହି ଗ୍ରାମରୁ ପଦ୍ମପୁର ଅଭିମୁଖେ ଆସୁଥିଲେ । ବିଜାଡିହି ମୁଖ୍ୟ ଛକ ତଥା ବିଜୁ ଏକ୍ସପ୍ରେସ ଓ୍ବେ କୁ ଆସିବା ବେଲେ ପାଇକମାଲ ପଟରୁ  ପଦ୍ମପୁର ଅଭିମୁଖେ ଆସୁଥିବା ଏକ ହାଇଓ୍ବା ( (OD-17-G-6921)) ପଛ ପଟରୁ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରୁ ହାଇଓ୍ବା ଡ୍ରାଇଭର ଫେରାର ମାରିଥିବା ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳକୁ ପଦ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି ।

0
0
0
s2sdefault