ହେଡଲାଇନସ୍:

ଗାଇସିଲାଟ ବ୍ଳକ ବିଜେଡିର ପୂର୍ବତନ ବ୍ଳକ ସଭାପତିଙ୍କ ଦେହାନ୍ତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର-ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଳକ ବିିଜେଡି ପୂର୍ବତନ ବ୍ଳକ ସଭାପତିଙ୍କ ଆଜି ଦେହାନ୍ତ ହୋଇଛି । ଗତ କିଛି ଦିନ ତଲେ ତାଙ୍କର କାର ଦୁର୍ଘଟଣା ହୋଇଥିଲା ସେ ବରଗଡ଼ର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କର ଦେହାନ୍ତ ଖବର ଶୁଣିବା ପରେ ଗାଇସିଲାଟ ଅଞ୍ଚଳରେ ଶୋକର ଛାୟା ଖେଲି ଯାଇଛି। ସେ ଜଣେ ଧର୍ମପରାୟଣ ତଥା ସହଯୋଗୀ ମଣିଷ ଥିଲେ । ଗରିବ ଅସହାୟଙ୍କ ପାଇଁ ସେ ବିପଦର ବନ୍ଧୁ ସାଜି ସହାୟତାର ହାତ ବଢାଉଥିଲେ । ମନୋଜ ପଣ୍ଡାଙ୍କ ବିୟୋଗରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ,ବିଜେପୁର ବିଧାୟକ ରୀତା ସାହୁ,ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା,ଗାଇସିଲାଟ ବ୍ଳକ ଉପାଧ୍ୟକ୍ଷ ପ୍ରଣୟ ସାହୁ ଓ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

 

0
0
0
s2sdefault