ହେଡଲାଇନସ୍:

ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଥମ ପର୍ଯ୍ୟାୟର ତୃତୀୟ ଦିବସରେ  ଗଜପତି ଜିଲ୍ଲାର ୭ ଟି ବ୍ଲକର ୧୪ ଟି ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଗୁରୁବାର ଦିନ ସୁରୁଖୁରୁରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । 

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ସମେତ ଜିଲ୍ଲାର ମୋହନା-୪ଟି , ଗୋଷାଣୀ-୨ ଟି , ଗୁମ୍ମା-୧ ଟି , କାଶୀନଗର-୨ଟି , ରାୟଗଡ-୧ଟି , ନୂଆଗଡ-୨ ଟି ଏବଂ ରା:-ଉଦୟଗିରି-୧ ଟିରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ମୋଟ ୧୪୨୬ ଜଣ ଟିକା ଦେଇଥିବା ଜଣାଯାଇଛି । କୌଣସି ଠାରେ ହେଲେ ମଧ୍ୟ ଟିକା ନେବାପରେ କାହାକୁ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଅ ଦେଇ ନ ଥିବା ପରିଲକ୍ଷିତ ହୋଇଛି ।

  ପୋର୍ଟାଲ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟ କର୍ମଚାରୀ , ନର୍ସ , ଡାକ୍ତର , ଆଶା ଓ ଅଙ୍ଗନବାଡି କର୍ମଚାରୀ ସମେତ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ  କୋଭିଡ୍ ଟିକା ନେଇଥିଲେ।  ଅତ୍ୟନ୍ତ ଆଗ୍ରହର ସହକାରେ ଏହି ଟିକା ନେବାପାଇଁ ଆସିଥିଲେ । 

ଟୀକା ନେବା ପରେ ସମସ୍ତଙ୍କୁ ନିରୀକ୍ଷଣ କକ୍ଷରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖା ଯାଇଥିଲା । କାହାକୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଅ ଦେଇ ନ ଥିବା ଜଣାଯାଇଛି।

  ଏ ସମ୍ପର୍କରେ ଗୋଷାଣୀ ବ୍ଲକ ବାଘଶାଳା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ନେଇଥିବା ୨ ଜଣ  ଅଙ୍ଗନବାଡି କର୍ମୀ ଅନିତା ପଣ୍ଡା ଓ ରଶ୍ମି ଚୌଧୁରୀ ଏବଂ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକା ନେଇଥିବା ସମାଜ କଲ୍ୟାଣ ବିଭାଗର ଅଧିକାରୀ ଯଶୋବନ୍ତି ବେହେରା ଓ ଡାଃ ମହାଦେବ ମାଝୀ କହିଛନ୍ତି ଯେ , ଆମେ ଏହି କୋଭିଡ୍ ଟିକା ନେବା ପରେ କୌଣସି ପ୍ରକାର ଅସୁବିଧା ଅନୁଭବ କରିନାହୁଁ । ଆମେ ଟିକା ନେବା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛୁ । ସମସ୍ତେ ଏହି ଟିକା ବିନା ଭୟରେ ନେଇ କୋଭିଡ୍ ମହାମାରୀରୁ ନିଜକୁ ଓ ସମାଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ । 

0
0
0
s2sdefault