ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଧର୍ମଗଡ଼ ଥାନାରେ ଏତଲା : କୋଭିଡ ନିୟମ ଉଲଂଘନ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡିରୁ ତୁଳମଣି ନାଗ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଓ ଏନଏନସିର ଭାରତୀୟ ଜାତୀୟ କଂଗ୍ରେସ କର୍ମକର୍ତ୍ତା ମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,ବିଧାୟକ ଓ କର୍ମକର୍ତ୍ତା ଙ୍କ ବିରୋଧରେ ଧର୍ମଗଡ଼ ଥାନା ଏକ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଗତ ୧୪ତାରିଖ ଦିନ ଜୟପାଟଣା ସ୍ଥିତ ମଙ୍ଗଳପୁର ଠାରେ ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ -ଦିବ୍ୟଶଙ୍କର ମିଶ୍ର,ପ୍ରଣବ ପ୍ରକାଶ ଦାସ,ବିଧାୟକ ମୌସୁଧି ବାଗ ,୫-ଟି ସଚିବ ଭିକେ ପାଣ୍ଡିଆନ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ କୋଭିଡ ୧୯-ନିୟମକୁ ସମ୍ପୁର୍ଣ୍ଣ ଉଲଂଘନ କରି ୩ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା। ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ସମାଗମ ହେବା କୁ ବିଭିନ୍ନ ପ୍ରାନ୍ତରୁ ଜନସାଧାରଣଙ୍କୁ ବସ  ଯୋଗେ ଆଣି ଏକତ୍ରିତ କରିଥିଲେ।  ଯାହା କରୋନା ଭଳି ମହାମାରୀକୁ ଏକ ପ୍ରକାର ଆମନ୍ତ୍ରଣ କରାଯାଇଛି। ସେଭଳି  ଉଦଘାଟନ ର ପୂର୍ବଦିନ ଧର୍ମଗଡ଼ ଉପଖଣ୍ଡ ର ବିଭିନ୍ନ ପଞ୍ଚାୟତ ମାନଙ୍କରେ ମନ୍ତ୍ରୀ ,ବିଧାୟକ ମାନେ ଶହ ଶହ ଲୋକଙ୍କ ଗହଣ ସଭାକାର୍ଯ୍ୟ କରି କୋଭିଡ ନିୟମକୁ ଖୋଲା ଉଲଂଘନ କରିଥିବା ଅଭିଯୋଗ କରି ଆଜି ଧର୍ମଗଡ଼ ଥାନାରେ କଂଗ୍ରେସ ପକ୍ଷରୁ ଏକ ଏତଲା ଦିଆଯାଇଛି।

 

 

 

0
0
0
s2sdefault