ଭୁବନେଶ୍ୱର:କୋଣାର୍କ ସୁତନ ମଧ୍ୟ ଇଂରାଜୀ ବିଦ୍ୟାଳୟ(ବର୍ତମାନର ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଶିକ୍ଷାପ୍ରେମୀ ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ. ସ୍ଥାନୀୟ ଜନସାଧାରଣ ଓ ଆତ୍ମୀୟ ସ୍ୱଜନମାନେ ସ୍ବର୍ଗତ ଶ୍ରୀ ବିଶ୍ୱାଳଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ଏହି ଅବସରରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |