ସମଗ୍ର ଦେଶରେ ପ୍ରଥମ: ଦଶମ ଓ ଦ୍ୱାଦଶରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ପରୀକ୍ଷାର୍ଥୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୨ । ୨: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ କିସ୍‍ରୁ ରେକର୍ଡ଼ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କିସ୍‍ର ୨୦୦୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ୧୯୦୦ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବେ । ଉଭୟ ଦଶମ ଓ +୨ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୦% ହେଉଛନ୍ତି ଛାତ୍ରୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରୀକ୍ଷାର ଅବ୍ୟବହିତ ପୂର୍ବରୁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ଆବଶ୍ୟକ ପରାମର୍ଶ ଦେବା ସହ ସେମାନଙ୍କୁ କଲମ ବଣ୍ଟନ କରିଥିଲେ । ଏହି ଅବସରରେ ସେ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ।

ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୟୁନିଟ୍‍-୮ ଓ ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଆଇଆରସି ଭିଲେଜସ୍ଥିତ ସରକାରୀ ହାଇସ୍କୁଲ ଓ ଚନ୍ଦ୍ରଶେଖରପୁରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ର ହୋଇଛି । ସେହିପରି +୨ ପରୀକ୍ଷାର୍ଥିଙ୍କ ନିମନ୍ତେ ରାଜଧାନୀ କଲେଜ ଓ ମହର୍ଷି କଲେଜ ଅଫ୍‍ ନାଚୁରାଲ୍‍ ଲ ପରୀକ୍ଷା କେନ୍ଦ୍ର ହୋଇଛି । ଆସନ୍ତା ୨୧ ତାରିଖରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ୧୮ ତାରିଖରୁ +୨ ପରୀକ୍ଷା ଆରମ୍ଭ ହେଉଛି । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ପାଇଁ ୫୦ଟି ଲେଖାଏଁ ବସର ବ୍ୟବସ୍ଥା କରାଯାଇଛି ।

0
0
0
s2sdefault