ହେଡଲାଇନସ୍:

ୟୁଏଆଇଏଲର ‘ପ୍ରୋଜେକ୍ଟ ନୀର’ ରାୟଗଡାରେ କୃଷି ପାଇଁ ନୂତନ ଜୀବନ ଆଣିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ରାୟଗଡା ଜିଲ୍ଲାର ହାଡିଗୁଡା ଗ୍ରାମପଞ୍ଚାୟତ ଅଧୀନରେ ଥିବା କୁଗୁପୁଟ ଗ୍ରାମ ଜଳାଭାବକୁ ନେଇ ଦୀର୍ଘକାଳରୁ ସଂଘର୍ଷ କରିଆସୁଥିଲା, ଏବଂ ଏହି ଗ୍ରାମର କୃଷକମାନେ ବୃଷ୍ଟିପୁଷ୍ଟ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ, ଯେଉଁମାନେ ଅନିୟମିତ ବର୍ଷା ପାଇଁ ଶଙ୍କାରେ ରହୁଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟର ସମାଧାନ କରିବାକୁ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍), ଭାରତ ରୁରାଲ ଲାଇଭଲିହୁଡ ଫାଉଣ୍ଡେସନ (ବିଆରଏଲଏଫ୍) ସହଯୋଗୀତାରେ ଏକ ଦୀର୍ଘସ୍ଥାୟୀ ଜଳ ସମ୍ପଦ ପରିଚାଳନା ପ୍ରକଳ୍ପ ‘ପ୍ରୋଜେକ୍ଟ ନୀର’ କାର୍ଯ୍ୟକାରୀ କରିଛି ଯାହା ଗ୍ରାମର କୃଷି ପରିବ୍ୟବସ୍ଥାକୁ ପୁନଃଶକ୍ତି ଯୋଗାଇଛି ଏବଂ ଅର୍ଥନୈତିକ ସ୍ଥିରତାକୁ ପ୍ରୋତ୍ସାହିତ କରିଛି ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାଧାରଣ ବର୍ଗଙ୍କୁ ନେଇ ୧୨୭ ପରିବାର ବାସ କରୁଥିବା କୁଗୁପୁଟ ଦୀର୍ଘକାଳରୁ ବୃଷ୍ଟିପୁଷ୍ଟ କୃଷି ଉପରେ ନିର୍ଭର କରିଆସୁଥିଲା, ଯେଉଁଥିରେ ମୁଖ୍ୟତଃ ଖରିଫ ଋତୁରେ ଗୋଟିଏ ମାତ୍ର ଫସଲ କରାଯାଉଥିଲା । ଅନିୟମତି ବର୍ଷା ଏବଂ ଆବଶ୍ୟକ ମୁତାବକ ଜଳସେଚନ ବ୍ୟବସ୍ଥା ଅଭାବରୁ ଏହି ଗ୍ରାମ ବର୍ଷକୁ ୧୫ରୁ ୨୦ ପ୍ରତିଶତ ଶସ୍ୟହାନି ପରିସ୍ଥିତିର ସାମ୍ନା କରୁଥିଲା । ଏକ ଚିରସ୍ରୋତା ଝରଣା ଥିବା ସତ୍ତେ୍ୱ ଜଳସମ୍ପଦକୁ ସଠିକ ଭାବରେ ବିନିଯୋଗ କରାଯାଉନଥିଲା, ଏଥିରେ ପୂର୍ବରୁ ଏକ ଆଡିବନ୍ଧ ନିର୍ମାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇନଥିଲା ।
ଏହି ଚାଲେଞ୍ଜଗୁଡିକର ଜରୁରୀ ସ୍ଥିତିକୁ ଅନୁଭବ କରି ୟୁଏଆଇଏଲ୍ ଏବଂ ବିଆରଏଲଏଫ୍ ଅସାମର୍ଥ୍ୟ, ପଙ୍କଜମିବା ଏବଂ ନିମ୍ନ ମାନର ଡିଜାଇନ କରାଯାଇଥିବା ଜଳ ମହଜୁଦ ବ୍ୟବସ୍ଥା ସମେତ ମୂଳ କାରଣ ଚିହ୍ନଟ କରିବାକୁ ଏକ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ କରିଥିଲେ । ‘ପ୍ରୋଜେକ୍ଟ ନୀର’ ଅଧୀନରେ ଲୁଜ୍ ବୋଲଡର ଚେକ୍ ଡ୍ୟାମ, ଗାବିଅନ ଷ୍ଟ୍ରକଚର ଏବଂ ରହିଥିବା ଡ୍ୟାମଗୁଡିକର ଉନ୍ନତିସାଧନ ଭଳି ସମାଧାନଗୁଡିକ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରକଳ୍ପରେ ସ୍ଥାନୀୟ ଜନସାଧାରଣଙ୍କୁ ପାର୍ଟିସିପେଟରୀ ରୁରାଲ ଆପ୍ରେଜାଲ (ପିଆରଏ) ଭଳି ସାଧନ ଜରିଆରେ ପ୍ରକଳ୍ପର ଯୋଜନା ପ୍ରସ୍ତୁତି ଓ ତାହାର କାର୍ଯ୍ୟାନ୍ୱୟନରେ ସଂପୃକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଏହି ପ୍ରକଳ୍ପର କେନ୍ଦ୍ର ସ୍ଥାନରେ ରହିଥିଲା ଗ୍ରାମର ଆଡିବନ୍ଧର ପୁନରୁଦ୍ଧାର । ୧୦ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ନୂଆକରି ଗଠିତ କୁଗୁପୁଟ ଜଳ ବ୍ୟବହାରକାରୀ କମିଟି ମାର୍ଗଦର୍ଶନରେ ପୁନରୁଦ୍ଧାର ପ୍ରୟାସ ହାତକୁ ନିଆଯାଇଥିଲା ଯେଉଁଥିରେ ପ୍ଲାଟଫର୍ମ ନିର୍ମାଣ, ପଥର ପ୍ୟାଚିଂ, ୨୦୫ ଏକରରୁ ଅଧିକ ଜମିକୁ ଅବବାହିକ ସମ୍ପ୍ରସାରଣ ଆଦି ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରୟାସଗୁଡିକ ଡ୍ୟାମରେ ଜଳମହଜୁଦ କ୍ଷମତାକୁ ପ୍ରାୟ ୭ ଲକ୍ଷ ଲିଟରକୁ ବୃଦ୍ଧି କରିଥିଲା ଯାହା ୫୦ ଏକର ଜମି ପାଇଁ ଜଳସେଚନ ସୁବିଧା ସୃଷ୍ଟି କରିଥିଲା ।
ଏହାର ଫଳାଫଳ ରୂପାନ୍ତରଣକାରୀ ହୋଇଛି । କୃଷକମାନେ ସମ୍ପ୍ରତି ଦୁଇଟି ଚାଷ କରୁଛନ୍ତି, ଏବଂ ଏକର ପିଛା ଧାନ ଅମଳ ପରିମାଣ ୫ କୁଇଣ୍ଟାଲ ବୃଦ୍ଧିପାଇଛି । ଏଥିସହିତ ୩୦ ପରିବାର ପନିପରିବା ଚାଷକୁ ଆପଣେଇଛନ୍ତି, ଏବଂ ଏହାଦ୍ୱାରା ବର୍ଷକୁ ଅଧିକ ୧୫ହଜାର ଟଙ୍କା ଉପାର୍ଜନ କରୁଛନ୍ତି ।
ଏହି ପ୍ରକଳ୍ପର ପ୍ରଭାବ ଉପରେ ଗୁରୁତ୍ୱ ଦେଇ ଶ୍ରୀ ରବି ମିଶ୍ର, ୟୁନିଟହେଡ୍, ୟୁଏଆଇଏଲ୍ କହିଛନ୍ତି, “ପ୍ରୋଜେକ୍ଟ ନୀର ଦୀର୍ଘସ୍ଥାୟୀ ବିକାଶ ଏବଂ ଜନସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ଆମ ପ୍ରତିବଦ୍ଧତାର ନିଦର୍ଶନ ହୋଇଛି । ଜଳ ଉପଲବ୍ଧତାରେ ବୃଦ୍ଧି ଘଟାଇ ଏବଂ ଏହି ପ୍ରକ୍ରିୟାରେ ଗ୍ରାମବାସୀଙ୍କୁ ସଂପୃକ୍ତ କରି କୃଷି କ୍ଷେତ୍ରରେ ଆପଦାପନ୍ନ ସ୍ଥିତିରୁ ଆମେ ଆତ୍ମ ନିର୍ଭରତାକୁ ରୂପାନ୍ତରିତ ହୋଇଛୁ । ଏହା ଜନସାଧାରଣଙ୍କ ଦ୍ୱାରା ଜଳସମ୍ପଦ ପରିଚାଳନାରେ ଦୀର୍ଘସ୍ଥାୟୀ କୃଷିକାର୍ଯ୍ୟର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି । ଜଳାଭାବ ପରିସ୍ଥିତି ଦୃଷ୍ଟିଦେଇ ଏବଂ ଶସ୍ୟରେ ବିବିଧକରଣକୁ ପ୍ରୋତ୍ସାହିତ କରି ଏହି ପ୍ରୟାସ କୁଗୁପୁଟ ଗ୍ରାମରେ ଜୀବିକାରେ ଉନ୍ନତି ଆଣିବା ସହିତ ସେମାନଙ୍କର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିଛି,” ବୋଲି ଶ୍ରୀ ମିଶ୍ର କହିଥିଲେ ।
ଗ୍ରାମବାସୀ ମଧ୍ୟ ଏହି ପରିବର୍ତ୍ତନକୁ ନେଇ ସେମାନଙ୍କର ଆନନ୍ଦ ପ୍ରକାଶ କରିଛନ୍ତି । ଗ୍ରାମର ଜଣେ ଚାଷୀ ତଥା ପ୍ରକଳ୍ପର ହିତାଧିକାରୀ ଆଲୋକ ମାଝୀ କହିଥିଲେ, “ପୂର୍ବରୁ ଆମେମାନେ ଜଳାଭାବ କାରଣରୁ ଗୋଟିଏ ମାତ୍ର ଫସଲ କରୁଥିଲୁ । ଏବେ ଉନ୍ନତ ଜଳସେଚନ ସୁବିଧା ଯୋଗୁ ମୋ ପରିବାର ପନିପରିବା ଚାଷ କରୁଛନ୍ତି ଏବଂ ପୂର୍ବାପେକ୍ଷା ଅଧିକ ଉପାର୍ଜନ କରୁଛନ୍ତି । ଏହି ପ୍ରକଳ୍ପ ବାସ୍ତବରେ ଆମ ଜୀବନରେ ପରିବର୍ତ୍ତନ ଆଣିଛି ।”

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନିୟମ ଇଣ୍ଟରନ୍ୟାସନାଲ ଲିମିଣେଟ ଆଦିବାସୀବହୁଳ ଆଭ୍ୟନ୍ତରୀଣ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ଜୀବନରେ ରୂପାନ୍ତରଣ ଆଣିବାକୁ ପ୍ରତିବଦ୍ଧ ରହିଛି । ୟୁଏଆଇଏଲର ସମସ୍ତ ପ୍ରକଳ୍ପଗୁଡିକ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭସ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଉତ୍କଳ ଆଲୁମିନାର ନିୟୋଜନତା ଓଡ଼ିଶାର ୨୫ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମରେ ପରିବ୍ୟାପ୍ତ ହୋଇଛି । ୟୁଏଆଇଏଲ ଶିକ୍ଷା, ସ୍ୱାସ୍ଥ୍ୟ, ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ଗ୍ରାମାଞ୍ଚଳ ଜନସାଧାରଣଙ୍କର ସାମାଜିକ-ଅର୍ଥନୈତିକ ଦିଗଗୁଡିକ ପ୍ରତି ୟୁଏନଏସ୍ଡିଜି ଅନୁଯାୟୀ ଦୃଷ୍ଟିଦେବା ଭଳି ପାଞ୍ଚଟି ମୂଳ ବିଷୟ ଜରିଆରେ ୨,୦୧,୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରୁଛି ।

 

 

0
0
0
s2sdefault