ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁରୀରୁ ଯୋଧପୁର ଓ ଆଜମୀରକୁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଆଜମୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି |
01. ପୁରୀ-ଯୋଧପୁର-ପୁରୀ ବିଶେଷ ଟ୍ରେନ (02093/02094)
02093/02094 ପୁରୀ-ଯୋଧପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୦ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଘ.୦୫ମି. ଛାଡିବ ଏବଂ ଜାନୁୟାରୀ ମାସ ୨୩ ତାରିଖ ଠାରୁ ଯୋଧପୁରରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୨ଘ.୧୫ମି.ରେ ପରବର୍ତ୍ତୀ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼ ଠାରେ ଏବଂ ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଇତ୍ୟାଦି ଷ୍ଟେସନ ଗୁଡିକ ସହିତ ଅନ୍ୟାନ ଗରୁତ୍ବପୁର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ଉଭୟ ଦିଗରୁ ପୁରୀ ଓ ଯୋଧପୁର ମଧ୍ୟରେ ରହଣି କରିବ |
02. ପୁରୀ-ଆଜମୀର-ପୁରୀ ବିଶେଷ ଟ୍ରେନ (୦୨୦୩୭/୦୨୦୩୮)
୦୨୦୩୭/୦୨୦୩୮ ପୁରୀ-ଆଜମୀର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ମାସ ୨୧ ତାରିଖ ଠାରୁ ପୁରୀରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ରାତ୍ରି ୧୧ଘ.୦୫ମି. ରେ ଛାଡିବ ଏବଂ ଜାନୁୟାରୀ ମାସ ୨୬ ତାରିଖ ଠାରୁ ଆଜମୀରରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ସନ୍ଧ୍ୟା ୬ଘ.୫୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |
ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ବରଗଡ ରୋଡ୍, ବାଲାଙ୍ଗୀର, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର୍ ରୋଡ୍ ଏବଂ ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱାର୍ଧା, ଭୁଷାବଲ, ଜଲଗାଓଁ, ସୁରଟ, ଭଦୋଦରା, ଅହମ୍ମଦାବାଦ, ସାବରମତୀ ସହିତ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପୁରୀ ଏବଂ ଆଜମୀର ମଧ୍ୟରେ ଉଭୟ ଦିଗରୁ ରହଣି କରିବ |