ଶୃଙ୍ଖଳିତ ଭାବରେ ଚାଲିଛି ମହାପ୍ରଭୁ ନୃସିଂହନାଥଙ୍କର ମକର ଦର୍ଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ମହାପ୍ରଭୁ ନୃସିଂହନାଥଙ୍କର ପବିତ୍ର ପୀଠରେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସ୍ୱତନ୍ତ୍ର ପୂଜାନୀତିର ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା କାରଣରୁ ଭକ୍ତ ମାନଙ୍କ ସଂଖ୍ୟା କମ ରହିଛି । ଗତ 6 ତାରିଖ ମନ୍ଦିର ଖୋଲିବା ପରେ ଭକ୍ତମାନଙ୍କୁ ନିର୍ଦ୍ଧାରିତ ନିୟମାବଳୀର ପାଳନ କରିବା ପାଇଁ ପଡୁଛି । ଆଜି ସାମାନ୍ୟ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ସିଂହଦ୍ୱାରାର ପ୍ରାୟ ପଚାଶ ମିଟର ପୂର୍ବରୁ ଭକ୍ତ ମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ସହିତ ସାନିଟାଇଜର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଯେମିତି ବାଧ୍ୟତାମୂଳକ ଭାବରେ ମାକ୍ସ ପରିଧାନ କରିବେ ସେଥିପ୍ରତି ତୀକ୍ଷ୍ଣ ନଜର ରଖା ଯାଇଛି । ମନ୍ଦିର ପରିସରର କୋଣସି ସ୍ଥାନରେ ଯେପରି ଭକ୍ତ ବେଶୀ  ସଂଖ୍ୟାରେ ଜମା ନ ହେବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆ ଯାଉଛି । ସମସ୍ତ ଭକ୍ତ ଯେପରି ବିନା କୋଣସି ବାଧାବିଘ୍ନରେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ସେଥିପାଇଁ ମନ୍ଦିର ସେବାୟତ ମାନେ ସକାଳୁ କାର୍ଯ ଆରମ୍ଭ କରିଦେଇଛନ୍ତି । କୋବିଡ଼ କଟକଣା ସହିତ ମନ୍ଦିର ପରିସର ନିକଟରେ ପ୍ରବାହିତ ହେଉଥିବା ପବିତ୍ର ଝରଣାରେ ବର୍ତ୍ତମାନ ପରବର୍ତ୍ତୀ ଅଦେଶ ପର୍ଯନ୍ତ କୋଣସି ଭକ୍ତ ସ୍ନାନ କରିପାରିବେ ନାହିଁ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି ।

0
0
0
s2sdefault