ପାହାଡ ପରି ପ୍ରତାରଣା, ଏଯାଏ ପୁରଣ ହୋଇନି ପ୍ରତିଶ୍ରୁତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠା କୁ ୬୫ ବର୍ଷ  

ପ୍ରତିଶ୍ରୁତି ପୁରଣ ଦାବିରେ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଅଭିନବ ପ୍ରତିବାଦ 

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ବୁଧବାର ଥିଲା ବିଶ୍ୱପ୍ରସିଦ୍ଧ ହୀରାକୁଦ ଡ୍ୟାମ ର ପ୍ରତିଷ୍ଠା ଦିବସ । ହୀରାକୁଦ ନଦୀ ବନ୍ଧ ପ୍ରତିଷ୍ଠା ହେବାର ୬୫ ବର୍ଷ ହୋଇଯାଇଥିବା ବେଳେ ଏଯାଏଁ ମିଲିପାରିନି ବିସ୍ଥାପିତଙ୍କୁ ନ୍ୟାୟ । ହୀରାକୁଦ ବୁଡିଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଏନେଇ ବିସ୍ଥାପିତ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଲଡେଇ ଯାରି ରଖାଯାଇଛି । ବୁଡିଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଦେବା ସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ରେ ମାମଲା ଦାୟର ହେବା ସହ ଜାତୀୟ ମାନବ ଅଧିକାର କମିସନ ଙ୍କ ଠାରେ ବି ଅଭିଯୋଗ କରାଯାଇଛି । ଅପରପକ୍ଷରେ ସରକାର ହୀରାକୁଦ ନଦୀବନ୍ଧ ର ସବୁ ବିସ୍ତାପିତ ପରିବାରଙ୍କୁ କ୍ଷତିପୂରଣ ଦିଆଯାଇ ସାରିଛି ବୋଳି ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଛି ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତି ।  ଆଜି ହିରାକୁଦ ନଦୀ ବନ୍ଧ  ପ୍ରତିଷ୍ଠା ର ୬୫ ବର୍ଷ ପୁର୍ତ୍ତି ହେବା ଅବସରରେ ବୁଡିଅଞ୍ଚଳ ସଂଗ୍ରାମ ସମିତି କହିଛି ଯେ ଜଳସେଚନ ,ବିଦ୍ୟୁତ ଉତ୍ପାଦନ ର ମହତ ଲକ୍ଷ ନେଇ ଡ୍ୟାମ ନିର୍ମାଣ କରାଯାଇଥିଲା । ଅପରପକ୍ଷରେ ଡ୍ୟାମ ପାଇଁ ହଜାର ହଜାର ଗ୍ରାମ ର ଲୋକ ଜମିହରା ହେବା ସହ ବିସ୍ଥାପିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ୧୦ ହଜାର ଲୋକ କ୍ଷତିପୂରଣ ପାଇନଥିବା ବେଳେ ୩୪ ଟି ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇନାହିଁ । ଏହା ସହ ୧୩୫୪୦ ପରିବାର ବକେୟା କ୍ଷତିପୂରଣ ପାଇନାହାନ୍ତି ବୋଲି ସଂଗ୍ରାମ ସମିତି ଅଭିଯୋଗ କରିଛି । ଏନେଇ ବିସ୍ଥାପିତ ମାନଙ୍କ ପାଇଁ ଜାତୀୟ ମାନବାଧିକାର କମିସନ ଓ କୋର୍ଟରେ କେସ ଲଡୁଥିବା ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ରାଧାକାନ୍ତ ତ୍ରିପାଠୀ  ଅଭିନବ ପ୍ରତିବାଦ କରି ଆରଡିସି ଙ୍କୁ ଦାବିପତ୍ର ଦେଇଛନ୍ତି। ସେ ନିଜ ଶରୀର ରେ ହୀରାକୁଦ ନଦୀବନ୍ଧ ର ନିର୍ମାଣ ପରେ ହୋଇଥିବା ବିକାଶ ସହ ବିସ୍ଥାପିତ ମାନଙ୍କ ଦୁଃଖ କୁ ଚିତ୍ରଣ କରି ଅଭିନଵ ପ୍ରତିବାଦ କରିଥିଲେ । ତାଙ୍କ ସହ ହୀରାକୁଦ ବୁଡିଅଞ୍ଚଳ ସଂଗ୍ରାମ ସମିତି ର କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଆରଡିସି ଙ୍କୁ ସାକ୍ଷାତ କରି ବିସ୍ଥାପିତ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ ।

0
0
0
s2sdefault