ବାରିପଦା( ଦିଲ୍ଲୀପ ମହାନ୍ତି) - ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଏଣ୍ଡ ମେନେଜମେଣ୍ଟରେ ରାଷ୍ଟ୍ରୀୟ ଯୁବ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଶ୍ରୀନାୟକ ତାଙ୍କ ଅଧ୍ୟକ୍ଷ ଭାଷଣରେ ଯୁବକମାନେ ନିଜକୁ କ୍ରାଇସିସ ମ୍ୟାନେଜର ଭାବେ ଗଠନ କରିବାର ଆବଶ୍ୟକତା ରହିଛି । ବିପଦ ଆପଦ ସମୟରେ ନିଜକୁ ପରିସ୍ଥିତି ସହିତ ଖାପ ଖୁଆଇ ଚଳି ପାରିବ, ସେଥିପ୍ରତି ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶୁଭେନ୍ଦୁ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଦେଶ ଗଠନରେ ଯୁବକମାନଙ୍କ ଭୂମିକା ରହିଛି । ତେଣୁ ଛାତ୍ରଛାତ୍ରୀମାନ ଆଗାମୀ ଦିନ ପାଇଁ ନିଜକୁ ପ୍ରସ୍ତୁତ କରିବାର ସମୟ ଆସିଛି ବୋଲି କହିଥିଲେ । ବାରିପଦା ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଅଞ୍ଜଳି ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ସ୍ୱାମୀ ବିବେକାନନ୍ଦ ଯୁବକ ମାନଙ୍କର ପ୍ରତୀକ । ତେଣୁ ଛାତ୍ରଛାତ୍ରୀମାନେ ନିଜକୁ ଗଠନ ମୂଳକ କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପରିଶ୍ରମି ହେବା ସହିତ ଭବିଷ୍ୟତରେ ରୋଜଗାରକ୍ଷମ ହେବା ପାଇଁ ପରାମର୍ଶ ଦେଇଥିଲେ । ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଏଣ୍ଡ ମେନେଜମେଣ୍ଟର ପ୍ରୋଗ୍ରାମ ଅଫିସର ବିଜୟା ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୀରା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱେଚ୍ଛାସେବୀ ସଙ୍ଗୀତା ସୋରେନ, ସୋନାଲୀ ସାମଲ ଯୁବ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ମତାମତ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ମଦନ ମୋହନ ସାହୁ, ଶିବ ପ୍ରସାଦ ମଲ୍ଲିକ, ଅଧ୍ୟାପିକା ସବିତା ରାଣୀ ଦାଶ, ତୃପ୍ତି ଦାଶ, ସାଗରୀକା ପଣ୍ଡା, ଅଙ୍କିତା ସାହୁ, ଅଭିପ୍ସା ନାୟକ, ପଞ୍ଚାନନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।