ଅରୁଣ ବିରୋଧୀଙ୍କ ଗାଲକୁ ଠାଏ :  "ପରୀ" ରାଜନୀତିକୁ ଶକତ ଚଟକଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୋଥ୍ରାଙ୍କ କାର୍ଯ୍ୟଶୈଳୀରେ ଅଦାଲତ ଖୁସି : "ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଠିକଠାକ ଚାଲିଛି" 

ତଦନ୍ତ ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ ,ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ

ବୋଥ୍ରାଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଆସୁଥିବା ବିରୋଧୀଙ୍କ ମୁହଁ ଖଟା

କୁନି ଓ ନିଷ୍ପାପ ଝିଅ ପରୀକୁ ନ୍ୟାୟ ଦେବା ପାଇଁ ନୁହେଁ... ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ନୁହେଁ....ପରୀ ହତ୍ୟାକାରୀକୁ ଦଣ୍ଡ ଦେବାପାଇଁ ନୁହେଁ ....ନିରୀହ କୁନିଝିଅ ପରିର ଆତ୍ମାକୁ ଶାନ୍ତି ଦେବା ପାଇଁ ନୁହେଁ , ନିଜ ରାଜନୈତିକ ଆତ୍ମସନ୍ତୋଷ ପାଇଁ ଏହା ବିରୋଧୀଙ୍କ  ଅପଚେଷ୍ଟା ଅବା  ପରୀ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ମଉକା କରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ରାଜନୈତିକ ଚଉକା ମାରିବା ପାଇଁ ନୟାଗଡ ନିର୍ବାଚନମଣ୍ଡଳୀରେ ବାରମ୍ବାର ପରାଜିତ ହେଉଥିବା ବିରୋଧୀଙ୍କ ଏକ ସଂଯୋଜିତ ତଥା ସମ୍ମିଳିତ ରାଜନୈତିକ ଅଭିଯାନ ବୋଲି ଏବେ ଧୀରେ ଧୀରେ ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି !!!

ଭୁବନେଶ୍ୱର /ନୟାଗଡ (ଶାସକ ପ୍ରଶାସକ) : କିଛି ଦିନ ତଳେ ପରୀ ମୃତ୍ୟୁକୁ ନେଇ ବାପା ମାଙ୍କ ବିଧାନସଭା ଆଗରେ ଆତ୍ମାହୂତି ଘଟଣା ଏକ ଡ୍ରାମା ବୋଲି ରହସ୍ୟ ପଦାକୁ ଆସିବା ପରେ ବିରୋଧିଦଳଙ୍କ  ମନ୍ତ୍ରୀ ଅରୁଣସାହୁ ବିରୋଧୀ ଷଡଯନ୍ତ୍ର ଉପରୁ ପରଦା ହଟିବା ଆରମ୍ଭ ହୋଇଥିବା ବେଳେ ଏବେ ପରୀ ଘଟଣାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତଙ୍କୁ ମିଳିଛି ମାନ୍ୟବର ହାଇକୋର୍ଟଙ୍କ ପିଠି ଥାପୁଡ଼ା |  ପରି ମୃତ୍ୟ ମାମଲାରେ ଏସଆଇଟି  ଅମୁକ କଲା, ଏସଆଇଟି  ସମୁକ କଲା | ତଦନ୍ତ ମୁଖ୍ୟ ବୋଥ୍ରା ଅମୁକ କଲେ, ତଦନ୍ତ ଠିକ ହେଉନି ...ଇତ୍ୟାଦି ଇତ୍ୟାଦି ଅଭିଯୋଗ ଆଣୁଥିବା ବିରୋଧୀଙ୍କ  ଗାଲରେ ପଡିଛି  ଶକତ ଚଟକଣୀ | ତଦନ୍ତର ତଦାରଖ କରୁଥିବା ମାନ୍ୟବର ହାଇକୋର୍ଟଙ୍କ ପଦିଏ କଥା ଏସଆଇଟି ତଦନ୍ତର ବିଶ୍ୱସନୀୟତା ଓ ସ୍ୱଚ୍ଛତା ଉପରେ ଲଗାଇଛି ନିରପେକ୍ଷତାର ମୋହର | ପରୀ ମୃତ୍ୟୁ ମାମଲାରେ ଏଯାବତ ଯାହା ତଦନ୍ତ ହୋଇଛି ସେଥିରେ ସନ୍ତୋଷବ୍ୟକ୍ତ କରିଛନ୍ତି ହାଇକୋର୍ଟ । ଏସଆଇଟି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ଠିକଣା ଢଙ୍ଗରେ ଚାଲିଛି ଓ  ଭଲ ଅଗ୍ରଗତି କରିଛି ବୋଲି କହିଛନ୍ତି ହାଇକୋର୍ଟ ହୃଦବୋଧ କରିଛନ୍ତି । ଅଦାଲତ କହିଛନ୍ତି ଯେ "The Court is satisfied that good progress has been made in the investigation which is now under the charge of Special Investigation Team (SIT) headed by the Inspector General of Police, Crime Branch, Odisha, Cuttack." ଏସଆଇଟି ଆଉ ଶ୍ରୀ ବୋଥ୍ରାଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଆସୁଥିବା ବିରୋଧୀଙ୍କ ମୁହଁ ଖଟା ହୋଇଯାଇଛି | 

 ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଏବଂ ବିଚାରପତି ଏସ.ପଣ୍ଡାଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ବିଚାର  ଆଜି ମାମଲାର ଶୁଣାଣି କରିଥିଲେ ।  ହାଇକୋର୍ଟରେ ଏସଆଇଟି ତଦନ୍ତର ତିନୋଟି ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା | ଗତ ଡିସେମ୍ବର ୧୫ ତାରିଖରେ ପ୍ରଥମ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା ବେଳେ, ଡିସେମ୍ବର ୨୩ ରେ ଦ୍ୱିତୀୟ ଏବଂ ଜାନୁଆରୀ ୧୧ ତାରିଖରେ ତୃତୀୟ ଷ୍ଟାଟସ୍ ରିପୋର୍ଟ ଦାଖଲ ହୋଇଥିଲା । କ୍ରାଇମବ୍ରାଞ୍ଚ ଆଇଜିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଭଲ ହୋଇଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି । ପୁଣି ସେ ଷ୍ଟାଟସ୍ ରିପୋର୍ଟଗୁଡିକୁ ସିଲ କଭର ଭିତରେ ରଖିବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

ସୂଚନାଯୋଗ୍ୟ, ପରୀ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେବାର ୨୦ ଦିନ ଭିତରେ ଏସଆଇଟିକୁ  ମିଳିଥିଲା ସଫଳତା । ସମସ୍ତଙ୍କ ସନ୍ଦେହରେ ଆଢୁଆଳରେ ରହିଯାଇଥିବା ପରୀର ପଡୋଶୀ ଜଣେ କଲେଜ ଛାତ୍ର ସରୋଜକୁ ହତ୍ୟାକାରୀ ଭାବେ ଚିହ୍ନଟ କରି ଡିସେମ୍ବର ୨୦ ତାରିଖରେ ଗିରଫ କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ତାଙ୍କ ଟିମ୍ । ଏପରିକି ଚାଂଚଲ୍ୟକର ବିବୃତି ଦେଇଥିଲେ | ପରୀକୁ ତଣ୍ଟି ଚିପି ମାରିଲା ପରେ ଅଭିଯୁକ୍ତ ସରୋଜ ଶବ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ବୋଲି କହିଥିଲେ ଶ୍ରୀ  ବୋଥ୍ରା ସରୋଜର ସ୍ବୀକାରୋକ୍ତି ଓ ତଥ୍ୟ ପ୍ରମାଣକୁ ଆଧାର କରି । ତେବେ ଗିରଫ ହେବା ପୂର୍ବରୁ ଅଭିଯୁକ୍ତ ଏସଆଇଟିକୁ ଚକମା ଦେବାକୁ ଉଦ୍ୟମ କରିଥିଲା । ନିଜକୁ ନିର୍ଦ୍ଦୋଷ ବୋଲି ପ୍ରତିପାଦିତ କରିବା ପାଇଁ ନାନା ନାଟକବାଜି କରିଥିଲା |ଏପରିକି ଆଇଜି ଶ୍ରୀ ବୋଥ୍ରା ଟଙ୍କା ଯାଚିବା ଅଭିଯୋଗ ଆଣିଥିଲା ଅଭିଯୁକ୍ତ । ଚୂଡ଼ାକୁ ଗୁଡ ପରି ଅଭିଯୁକ୍ତର ସାଥ ଦେଇଥିଲା ବିଜେପି | ଘଟଣାକୁ ରାଜନୈତିକ ରଂଗ ଦେଇ ତଦନ୍ତକାରୀ ଅଧିକାରୀ ତଥା ଏସଆଇଟି ମୁଖ୍ୟ ଶ୍ରୀ  ବୋଥ୍ରାଙ୍କ ବିରୋଧରେ ଅପପ୍ରଚାର କରିଥିଲା ବିଜେପି ଅଭିଯୁକ୍ତକୁ ସମର୍ଥନ କରି । କଲେ ସବୁ ରହସ୍ୟ ପାଦରେ ପଡ଼ିଯିବ, ସେଇ ଉଦ୍ଦେଶ୍ୟ ର୍ଟଖି ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇନି । 

ଅପର ପକ୍ଷରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଠାରୁ ନିର୍ବାଚନରେ ବାରମ୍ବାର ଭୂଇଁ ଚାଟୁଥିବା ନେତା ଓ ଦଳ ପରିମୃତ୍ୟୁ ଘଟଣାକୁ  ଏକ ସୁଯୋଗ ଭାବେ ନେଇ ଏଥିରେ ମନ୍ତ୍ରୀ ଶ୍ରୀ ସାହୁଙ୍କୁ  ଛନ୍ଦି ଚାଲିଥିଲେ ମିଳିତ ଭାବେ | ପରିମୃତ୍ୟୁ ଘଟଣାରେ ଦୀର୍ଘଦିନ ଧରି ଶୋଇପଡିଥିବା ବିରୋଧୀ ବିଧାନସଭା ସମ୍ମୁଖରେ ପରି ବାପା ମାଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ପରେ ସକ୍ରିୟ ହୋଇ ପଡ଼ିଥିଲେ | ହେଲେ ସେ ଆତ୍ମାହୁତି ଉଦ୍ୟମ ଘଟଣା ଅଭିନୟ ଥିଲା ବୋଲି ଏକ ଭିଡିଓ ଭାଇରଲ ହେବାପରେ ଅରୁଣଙ୍କୁ ଏ ମାମଲାରେ ଛନ୍ଦିବାର ଗୁମର ପଦାକୁ ଆସିଥିଲା |

ପରୀକୁ ନେଇ ରାଜ୍ୟରେ ରାଜନୀତିର ଝଡ଼  ତୀବ୍ର ଥିବା ବେଳେ ପରୀ ବାପା ଓ ମାଙ୍କ ଏକ ଭାଇରାଲ ଭିଡିଓ ପଦାକୁ ଆସିଥିଲା । ଏ ଭିଡିଓରେ ନିଜେ ପରୀର ବାପାମାଆ କହିଛନ୍ତି " ସେମାନଙ୍କ ସନ୍ଦେହ ବି ସରୋଜ ଉପରେ ରହିଛି"  । ଭାଇରାଲ ଭିଡିଓରେ ପରୀର ବାପା କହିଛନ୍ତି ଯେ, "ଆରମ୍ଭରୁ ତାଙ୍କର ସରୋଜ ଉପରେ ସନ୍ଦେହ ଥିଲା" ।  ତେଣୁ ସରୋଜ ଉପରେ ସନ୍ଦେହ ଥିଲା ଯଦି କାହା ଚାପରେ ଏସଆଇଟି ତଦନ୍ତ ସନ୍ତୋଷଜନକ  ନୁହେ ବୋଲି କହି ଆସୁଛନ୍ତି  ଉଭୟେ !! ଭିଡିଓରେ ସେମାନଙ୍କ ଆଲୋଚନାରୁ ଜଣାପଡିଛି ଯେ  ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାକୁ ବିଧାନସଭା ସମ୍ମୁଖରେ ଆତ୍ମାହୁତିର ଡ୍ରାମା ହୋଇଥିଲା । ପରୀ ବାପା ଓ ମାଙ୍କ ଭାଇରାଲ ଭିଡିଓରୁ ଏମିତି କିଛି ସନ୍ଦେହ ସୃଷ୍ଟି ହୋଇଛି । ଭାଇରଲ୍ ଭିଡିଓରେ ପରୀର ବାପା ଅଶୋକ ସାହୁ, ମାଆ ସୌଦାମିନୀ ଏବଂ ନୟାଗଡର ଶ୍ରୀଧର ପ୍ରଧାନଙ୍କ କଥାବାର୍ତ୍ତା ରହିଛି । ଭିଡିଓରେ ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ କଥାବାର୍ତ୍ତା ବି ରହିଛି । ଏହି ଭିଡିଓରେ ବିଧାନସଭା ଆଗରେ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଆତ୍ମାହୁତି ଘଟଣାକୁ ନିଜେ ବାପା ମା ଏକ ଡ୍ରାମା ଥିଲା ବୋଲି ନିଜ ମୁହଁରେ କହିଛନ୍ତି । ଏ ଡ୍ରାମାରେ (ଯାହା ସେମାନେ କଥା ହୋଇଛନ୍ତି) ପ୍ରଥମରୁ ଆର୍ଗସ ଥିଲା, ବିଧାନସଭା ସାମନାରେ ଆତ୍ମାହୁତି ଡ୍ରାମା ପରେ ଓ ଟିଭି ଯୋଡିହେଲା | ଏକଥା କୌଣସି ଚାପରେ ନୁହେଁ, ବରଂ ରେକର୍ଡିଂ ଚାଲିଥିବା ଜାଣି ନପାରି ସବୁ ସତକୁ ମାନି ନେଇଛନ୍ତି ପରି ବାପା ମା | ହେଲେ ପରି ବାପା ମା ଗୋଟିଏ ପଟେ ସରୋଜ ଦୋଷୀ ନୁହଁ ବୋଲି ଟିଭିରେ ବୟାନ ଦେବା ଆଉ ଅନ୍ୟ ପକ୍ଷରେ ସରୋଜ ଉପରେ ପ୍ରଥମରୁ ସନ୍ଦେହ ଥିଲା ବୋଲି  ଭାଇରଲ ଭିଡିଓରେ କହିବା ପଛରେ ଗୋଟାଏ ବଡ ଷଡଯନ୍ତ୍ର ରହିଛି  |  ପରୀ ମାମଲାକୁ ରାଜନୈତିକ ଅସ୍ତ୍ର କରିଥିବା ବିଜେପି ପରୀ ପାଇଁ ନ୍ୟାୟ ମାଗିବା ନାଁରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଥମରୁ ଟାର୍ଗେଟ୍ କରି ଆସିଛନ୍ତି । କାରଣ ବିରୋଧୀଙ୍କ ସତ ଉଦ୍ୟମ ସତ୍ତ୍ୱେ ଅରୁଣଙ୍କ ଫ୍ଲୋର ମ୍ୟାନେଜମେଣ୍ଟ ଓ ରାଜନୀତିକ ପତିଆରା ଆଗରେ ଲଗାତାର ନିର୍ବାଚନରେ ଧୂଳି ଚାଟୁଛନ୍ତି ବିରୋଧୀ | ଆଉ ପରି ଘଟଣା ସହ ଅରୁଣଙ୍କୁ ଯୋଡ଼ିଦେଲେ ଆଉ ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କିତ କାହାଣୀ ଉପରେ ବିଶ୍ୱାସର ପୁଟ ଦେବା ପାଇଁ ନିର୍ଦ୍ଦିଷ୍ଟ ଭାବେ ମନ୍ତ୍ରୀଙ୍କ ପାଖଲୋକ ବାବୁଲି ନାୟକଙ୍କୁ ହତ୍ୟାକାରୀ ସଜାଇ ଅଭିଯୋଗର ପାହାଡ ଠିଆ କରିଚାଲିଛି ବିଜେପି ଓ କଂଗ୍ରେସ  | ପରୀକୁ ନ୍ୟାୟ ଦେବା ପାଇଁ ନୁହେ,ବରଂ ଏହି ମଉକାରେ ମନ୍ତ୍ରୀ ଅରୁଣଙ୍କୁ ଦାଉ ସାଧିବା ପାଇଁ ଉଦ୍ଦିଷ୍ଟ ସର୍ବୋପରି ରାଜ୍ୟ ସରକାରଙ୍କୁ ଘେରିବା ବିଜେପିର ଉଦ୍ଦେଶ୍ୟ ଥିଲା ବୋଲି ଏବେ ଧୀରେ ଧୀରେ ପ୍ରତୀୟମାନ ହେବାରେ ଲାଗିଛି | 

0
0
0
s2sdefault