ଚଳିତ ବର୍ଷ କେବଳ ଗୋଟିଏ ଦିନ ପାଳନ କରାଯିବ ଶୁଲିଆ ଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର (ନିରୋଜ ମିଶ୍ର) :  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତଥା କନ୍ଧ ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରମୁଖ ପର୍ବ ଶୁଲିଆ ଯାତ୍ରା ପାଇଁ ଆଜି ବଲାଙ୍ଗିର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡ଼ା ସ୍ଥିତ ପବିତ୍ର ଶୁଲିଆ ପୀଠ ଠାରେ ଶୁଲିଆ ଯାତ୍ରା ପାଇଁ ମିଳିତ ଶୁଲିଆ ଯାତ୍ରା ପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମୟ ପଧାନିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଆଦିକନ୍ଦ ସମାଜର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ, ଖଇରଗୁଡ଼ା ଶୁଲିଆ ପୀଠର ପୂଜାରୀ, ମିଳିତ ସୁଲିଆ ଯାତ୍ରା କମିଟିର ସଦସ୍ୟ ଏବଂ ଖଇରଗୁଡ଼ା ଗ୍ରାମବାସୀ ମାନେ ଯୋଗଦେଇଥିଲେ । ଏହି ସଭାରେ ଶୁଲିଆ ଯାତ୍ରାକୁ ନେଇ ବିଭିନ୍ନ ନିଷ୍ପତ୍ତି ମାନ ନିଆଯାଇଥିଲା । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଶୁଲିଆ ଯାତ୍ରା ଯେପରି ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ଏବଂ ଏଥିରେ ଶୁଲିଆ ଯାତ୍ରାର ପରମ୍ପରା ଓ ପ୍ରଥା ପ୍ରତି ପ୍ରଭାବ ପଡ଼ିବ ନାହିଁ ତାହା ଆଲୋଚନା କରାଯାଇଥିଲା । ତେବେ କମିଟି ପକ୍ଷରୁ ଆସନ୍ତା ୧୯ ଶୁଲିଆ ଯାତ୍ରା କରିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କମିଟିର ସଭାପତି ମୟ ପଧାନି ସୂଚନା ଦେଇଥିଲେ । ଏହି ଯାତ୍ରା ପଶ୍ଚିମ ଓଡ଼ିଶାର ପୁରାତନ ତଥା ପ୍ରସିଦ୍ଧ ପର୍ବ ହୋଇଥିବାରୁ ପ୍ରତିବର୍ଷ ଯାତ୍ରା ବେଳେ ଅନେକ ଲୋକଙ୍କ ସମାଗମ ହୋଇଥାଏ । ବହୁ ସଂଖ୍ୟାରେ ମାନସିକଧାରୀ ମାନେ ଆସି ଏଠାରେ କୁକୁଡ଼ା, ଛେଳି, ମହିଷି ବଳି ଦେଇଥାନ୍ତି । ଗତ ବର୍ଷ ଶୁଲିଆ ଯାତ୍ରାକୁ ଶୁଲିଆ ମହୋତ୍ସବ ଭାବେ ୩ ଦିନ ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ତେବେ ଚଳିତ ବର୍ଷ କେବଳ ଗୋଟିଏ ଦିନ ପାଳନ କରାଯିବ ବୋଲି ମୟ ପଧାନି କହିଥିଲେ । ମୀନା ବଜାର, ଦୋକାନ ଓ ମଞ୍ଚ କାର୍ଯ୍ୟକ୍ରମ ଆଦିକୁ ଅନୁମତି ଦିଆଯାଇନଥିବା ବେଳେ ଶୁଲିଆ ଯାତ୍ରାର ପରମ୍ପରା ଅନୁଯାୟୀ ବଳି ପଡିବ ବୋଲି କହିଥିଲେ । ତେବେ ଏହି ନିଷ୍ପତ୍ତି କେବଳ କମିଟି ଦ୍ଵାରା ନିଆଯାଇଛି ଏନେଇ ବଲାଙ୍ଗିର ପ୍ରଶାସନକୁ ଜଣାଇବା ବାକି ଅଛି ବୋଲି କମିଟି ପକ୍ଷରୁ ପ୍ରକାଶ ।

 

0
0
0
s2sdefault