ମାଟ୍ରିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଐତିହାସିକ : ପାର୍ଥସାରଥୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ମାଟ୍ରିକ ପରୀକ୍ଷା ଫି ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ତଥା ସମୟଚିତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ତଥା ଜଣାଶୁଣା ଛାତ୍ରନେତା ପାର୍ଥସାରଥୀ ମୁଦୁଲି | ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ଯୋଗୁ ଶ୍ରୀ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |

ଶ୍ରୀ ମୁଦୁଲି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ନେତା | ସମଗ୍ର ଓଡିଶା ତାଙ୍କ ପରିବାର ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଘୋଷଣା କରି ଆସିଛନ୍ତି | କରୋନା ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା କବଚ ଭାବେ ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ କରି କରୋନା ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ସୁବ୍ୟବସ୍ଥା କରାଇ ଅନେକ ଦୁର୍ମୁଲ୍ୟ ଜୀବନକୁ ସୁରକ୍ଷା ଦେଇପାରିଥିଲେ | କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ  ବାସ୍ତବ ସ୍ଥିତିକୁ ହୃଦୟଙ୍ଗମ କରି  ନେଇଥିବା ସମୟଚିତ ନିଷ୍ପତ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି | କରୋନା ପରବର୍ତ୍ତୀ ଆର୍ଥିକ ଦୁଃସ୍ଥିତି ସମୟରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ପୁଣି ଥରେ ପ୍ରମାଣିତ କରିଦେଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ  ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରକୁତ ସୁଖ ଦୁଃଖର ସାଥି ବୋଲି କହିଛନ୍ତି ଯୁବ  ବିଜେଡ଼ିର ସାଧାରଣ ସମ୍ପାଦକ ପାର୍ଥସାରଥୀ |  

0
0
0
s2sdefault