କେବଳ ନାମରେ ଥିବା ଭୁଲ ପାଇଁ କ'ଣ ପେନସନରୁ ବଞ୍ଚିତ ହେବା ନ୍ୟାୟୋଚିତ?
ଝାରସୁଗୁଡ଼ା :(ସୁଭାଷ ସହାରେ) : ଜିରା କଲେତ (ଘସିଏନି)। ଠିକଣା ପୁରୁଣାବସ୍ତି, ଭାଟିପଡ଼ା, ୱାର୍ଡ଼ ନମ୍ବର ୧୭।ସୁପର ଭାବରେ ୧ ଏପ୍ରିଲ ୧୯୬୮ରୁ ଝାରସୁଗୁଡ଼ା ପୌର ପରିଷଦରେ କାର୍ଯ୍ୟ କରି ଆସୁଥିଲେ। ଗତ ୧୬ ମେ ୨୦୦୫ ରେ ତାଙ୍କର ମୃତ୍ୟୁ ହେଲା। ଆଇନଗତ ଭାବରେ ତାଙ୍କର ଉତ୍ତରାଧିକାରୀ ଭାବରେ ପ୍ରମାଣପତ୍ରରେ ନାମ ରହିଲା ସ୍ବାମୀ ପ୍ରଭାକର କଲେତ (ଘାସି) ଏବଂ ଚାରି ଝିଅ ରାଜକୁମାରୀ କଲେତ, ବିନୋଦିନୀ କଲେତ, କିଶୋରୀ କଲେତ, ତନୁଜା କଲେତ ତଥା ଏକମାତ୍ର ପୁଅ ବିଶିକେଶନ କଲେତ। ମୃତ୍ୟୁ ପରେ ଜିରାଙ୍କ ପରିବାର ଲୋକେ କାର୍ଯ୍ୟାଳୟରେ ସମସ୍ତ ପ୍ରକାରର ଆନୁସଙ୍ଗିକ କାଗଜପତ୍ର ଦାଖଲ କଲେ। ଜିପିଏଫ ଓ ଗ୍ରାଚ୍ୟୁଟି ବାବଦରେ ସମସ୍ତ ଟଙ୍କା ପାଇଥିବା ବେଳେ ଦୀର୍ଘ ୧୫ ବର୍ଷ ହେଲାଣି ଫେମିଲି ପେନସନ୍ ଏପର୍ଯ୍ୟନ୍ତ ମିଳି ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଥିବା ପରିବାର ଲୋକଙ୍କୁ କାର୍ଯ୍ୟାଳୟରେ ଶୁଣିବାକୁ ମିଳୁଛି, ଭୁବନେଶ୍ବରରେ କାମ ଅଟକି ରହିଛି, ସେଠାରୁ ଆସିବା ପରେ ପେନସନ୍ ମିଳିବ। ମାତ୍ର ରଖବାର ଲୋକେ ଏ ନେଇ ସୂଚନା ଅଧିକାର ଆଇନ ଅନୁଯାୟୀ ଏକ ଦରଖାସ୍ତ ଦେବା ପରେ ଜାଣିବାକୁ ପାଇଛନ୍ତି ଯେ କେବଳ ନାମରେ ଥିବା ସାଂଗିଆ ବଦଳି ଯାଇଥିବାରୁ ପେନସନ ମିଳି ପାରୁ ନାହିଁ। ସୂଚନା ମୁତାବକ, ତହସିଲଦାରଙ୍କ କାର୍ଯ୍ୟାଳୟରୁ ମିଳିଥିବା ଲିଗାଲ ହେୟାର ପ୍ରମାଣପତ୍ରରେ ଜିରାଙ୍କ ସ୍ବାମୀଙ୍କ ସାଙ୍ଗିଆ କଲେତ ଅଛି, ମାତ୍ର ପୌର କାର୍ଯ୍ୟାଳୟର ରେକର୍ଡରେ ଏହା ଘାସି ରହିଛି।
ତେଣୁ ପେନସନ୍ ମିଳିନାହିଁ। କିନ୍ତୁ ସେହି ପ୍ରମାଣପତ୍ର ବଳରେ ଗ୍ରାଚ୍ୟୁଟି ଓ ଜିପିଏଫ ଟଙ୍କା କିପରି ମିଳିଲା, ତାହା ବୁଝି ହେଉ ନାହିଁ। ତେବେ ଜିରାଙ୍କ ପରିବାର ଲୋକଙ୍କୁ ଆଉ ଏକ ନୂତନ ଲିଗାଲ ହେୟାର ପ୍ରମାଣପତ୍ର ଦେଖା ପାଇଁ ଏହି ଆରଟିଆଇରେ କୁହାଯାଇଛି।
ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଅନଲାଇନ ଯୁଗରେ ମଧ୍ୟ ଯଦି ଲୋକଙ୍କୁ ସେବା ଯୋଗାଇଵାରେ କାର୍ଯ୍ୟାଳୟଗୁଡ଼ିକ ଏପରି ବେପରୁଆ ହେବେ, ତେବେ ତଥାକଥିତ ବିକାଶର ଲାଭ କ'ଣ?