ବ୍ୟକ୍ତିଗତ ଶତ୍ରୁତାକୁ ଦେଉଛି ରାଜନୈତିକ ହତ୍ୟାର ରୂପ
ଭୁବନେଶ୍ୱର/ମାହାଙ୍ଗା (ଶାସକ ପ୍ରଶାସକ) : ମାହାଙ୍ଗା ଡବଲ ମର୍ଡର ଦୁର୍ଭାଗ୍ୟଜନକ | ହତ୍ୟାକାଣ୍ଡ ଭିଆଇଥିବା ବା ସେଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିସାରିଲେଣି | ହେଲେ ଏହି ଘଟଣାରେ ବିଜେପି ଗୋଟାଏ ରାଜନୈତିକ ପ୍ରହସନ ଚଳାଇଛି | ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ରାଜନୈତିକ ରଙ୍ଗ ଦେଇ ମିଛକୁ ହଟଚମଟ କରୁଛି | କେବଳ ମାହାଙ୍ଗା ଅଂଚଳର ଲୋକପ୍ରିୟ ନେତା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଏହି ଘଟଣାରେ ଯୋଡି ବଦନାମ କରିବାର ଅପଚେଷ୍ଟା ଚଳାଇଛି ବୋଲି ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଓ ଉପଧକ୍ଷା ରସିଦା ବେଗମ ଅଭିଯୋଗ କରିଛନ୍ତି | ବିଜେପି ହତ୍ୟା ଘଟଣାକୁ କରୁଛି ରାଜନୈତିକ ବାହାନା, ହତ୍ୟା କାଣ୍ଡ କାରଣ ସମ୍ପର୍କରେ ସମସ୍ତ ଅବଗତ, ବ୍ୟକ୍ତିଗତ ଶତ୍ରୁତା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ,
ମୁଖ୍ୟ ଅଭିଯୁକ୍ତ ପ୍ରତିକ୍ରିୟା ଦେଇସାରିବା ପରେ ଏହାକୁ ତୁଛ ରାଜନୀତି କରିବା ବିଜେପି ର ମୂଳ ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ କହିଛନ୍ତି | ଦୁର୍ନୀତି ବିରୋଧରେ ସେ ବାରମ୍ବାର ସ୍ୱର ଉଠାଇବାରୁ ଓ ବିଭିନ୍ନ ଅଭିଯୋଗ କରିଥିବା ଯୋଗୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ନାୟକ କହିଛନ୍ତି ସ୍ବର୍ଗତ କୁଳମଣିଙ୍କ ଚରିତ୍ର ଓ ସ୍ୱଭାବ ତଥା କାର୍ଯ୍ୟକଳାପ କାହାକୁ ଅଛପା ନାହିଁ | କଂଗ୍ରେସ ରେ 20ବର୍ଷ ଓ ଏବେ ବିଜେପି ରେ କାମ କରୁଥିଲେ | ତାଙ୍କ ସ୍ୱଭାବ ଆଉ କାର୍ଯ୍ୟକ୍ରମ କଣ ମାହାଙ୍ଗାର ଲୋକେ ଭଲଭାବେ ଜାଣିଛନ୍ତି | ହତ୍ୟାକାରୀ ନିଜେ ବ୍ୟକ୍ତିଗତ କାରଣରୁ ହତ୍ୟା କରାଯାଇଥିବା ସ୍ଵୀକାର କରିବା ପରେ ହତ୍ୟାର କାରଣ କାମ ତାହା ଜଳଜଳ | ଯଦି ମୃତ କୁଳମଣି ତାଙ୍କ ରାଜନୀତି ଜୀବନ ମଧ୍ୟରେ କେବେ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ଯାଏ ତାଙ୍କ ଦସ୍ତଖତ ଥିବା ଅଭିଯୋଗ ଗୋଟିଏ ବି ଦେଇଛନ୍ତି ତାହାର ପ୍ରମାଣ ବିଜେପି ଦେଉ ବୋଲି ଚାଲେଞ୍ଜ ଦେଇଛନ୍ତି | ଅନ୍ୟପକ୍ଷରେ ବିରୋଧୀ ବିଜେପି ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଏକ କପୋଳକଳ୍ପିତ ଦୁର୍ନୀତି ମାହୋଲ ସୃଷ୍ଟି କରି ମନ୍ତ୍ରୀଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରୁଛି ବୋଲି ବ୍ଲକ ଅଧ୍ୟକ୍ଷ କ ହିଛନ୍ତି |
ତେଣୁ ଏ ହତ୍ୟା କାଣ୍ଡ କେବଳ ବ୍ୟକ୍ତିଗତ ଶତ୍ରୁତାରୁ ହୋଇଛି | ପୋଲିସ ତା କାମ ନିଷ୍ଠା ଓ ଦକ୍ଷତାର ସହ କରୁଛି | ସରାଜନଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବ | ଯିଏ ଦୋଷୀ ତାକୁ ଦଣ୍ଡ ନିଶ୍ଚିତ ମିଳିବ ଓ ପାଗଳ ବରାଳଙ୍କ ପରିବାରକୁ ନ୍ୟାୟ ମିଳିବ | ହେଲେ କେବଳ ରାଜନୀତି ହଟଚମଟ କରି କେବଳ ମାହାଙ୍ଗା ର ଲୋକପ୍ରିୟ ବିଧାୟକ ତଥା ମନ୍ତ୍ରୀଙ୍କୁ ବଦନାମ କରିବାକୁ ବିଜେପି ଓ କଂଗ୍ରେସ ର ମିଳିତ ପ୍ରୟାସ ବୋଲି କହିଛନ୍ତି | ହେଲେ ମାହାଙ୍ଗାର ବୁଦ୍ଧିଜୀବୀ ଜନସାଧାରଣ ଠିକଣା ଭାବେ ଚିହ୍ନିଛନ୍ତି କିଏ କଣ, ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ |