ସମରେ  କୋଭିଡ୍-୧୯ ଟିକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ । ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି । ଶୁକ୍ରବାର ସମ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି । 

ଉତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । 

ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମକୁ  ବ୍ୟବହାର କରାଯାଉଛି ଯାହା କି ରେଜିଷ୍ଟ୍ରେସନ ରୁମ୍, ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ ରୁମ୍ ଭାବେ ବ୍ୟବହୃତ ହେବ । ଏହି ରୁମଗୁଡିକର ତତ୍ୱାବଧାନ ଦାୟିତ୍ୱରେ ଅଛନ୍ତି ଇମ୍ୟୁନାଇଜେସନ୍ ଅଫିସର୍ ଏବଂ ତାଙ୍କୁ ସହଯୋଗ କରିବା ନିମନ୍ତେ କେତେ ଜଣ ପାରା ମେଡିକାଲ୍ ଷ୍ଟାଫ୍ସଙ୍କୁ ନିୟୋଜିତ କରାଯାଇଛି । 

ଆଇଏମ୍ଏସ୍ ଆଣ୍ଡ ସମ୍  ହସ୍ପିଟାଲ ମେଡିକାଲ୍ ସୁପରିଟେଣ୍ଡେନ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଶା ସରକାରଙ୍କ ଅଧିନସ୍ଥ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକର୍ତା ଯୋଗଦାନ କରିଥିଲେ ଏବଂ ସମ୍ ହସ୍ପିଟାଲ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ । 

ମୂଖ୍ୟତଃ ସମ୍ ହସ୍ପିଟାଲ କମ୍ୟୁନିଟି ମେଡିସିନ୍ ଡିପାର୍ଟମେଂଟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଆଡିସନାଲ ଡିଷ୍ଟି୍ରକ୍ଟ ଅର୍ବାନ୍ ପବ୍ଲିକ୍ ହେଲ୍ଥ ଅଫିସର ଡଃ ସି.ଭି.ଏସ୍.ଏନ୍. ରାଓ, ଆଡିସନାଲ ଡିଷ୍ଟି୍ରକ୍ଟ ଚାଇଲ୍ଡ ଅଫିସର ଡଃ ଆର୍. ପି. ଶତପଥୀ, ଷ୍ଟେଟ୍ ଇମ୍ୟୁନାଇଜେସନ୍ ଅଫିସର ଡଃ ତାପସ ପାତ୍ର, କମ୍ୟୁନିଟି ମେଡିସିନ୍ ବିଭାଗରର ମୁଖ୍ୟ ଅଧ୍ୟାପକ ଡଃ ତ୍ରିଲୋଚନ ସାହୁ, ପ୍ରଫେସର (ଡଃ) ଇ. ଭେଙ୍କଟ ରାଓ, ମେଡିସିନ୍ ବିଭାଗର ପ୍ରଫେସର (ଡଃ) ଏସ୍. କବି, ଶିଶୁ ବିଭାଗର ମୁଖ୍ୟ ଡଃ ମମତା ଦେବି ମହାନ୍ତି, ଡଃ ଲିପିଲେଖା ପଟ୍ଟନାୟକ, ଡଃ ଜ୍ୟୋତିରଞ୍ଜନ ସାହୁ , ଇମ୍ୟୁନାଇଜେସନ୍ ଅଫିସର ଡଃ ସୁମିତା ଶର୍ମା , ବାୟୋମେଡିକାଲ୍ ଅଫିସର ଡଃ ପ୍ରେମନାଥ ତାଣ୍ଡି, ଡଃ ସ୍ମିତାଭ ବାରିକ, ଏଫ୍.ଓ.ଏମ୍ ପୁଷ୍ପାଞ୍ଜଳି ରାଉତ, ଉପ ନିର୍ଦ୍ଦେଶକ  ପ୍ରିୟବ୍ରତ ଦାସ, ଡଃ ଲିଙ୍ଗରାଜ. ରଥ, ଏବଂ ଓ.ଏସ୍.ଡି. ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।  

0
0
0
s2sdefault