"ସବୁ ବ୍ଲକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଅଧିକ ତତ୍ପରତା ଦେଖାନ୍ତୁ' : ମନ୍ତ୍ରୀ ଡ. ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯନ୍ତ୍ରୀମାନଙ୍କର ସମୀକ୍ଷା ବୈଠକ

  • "କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛି'

  • ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଚାଷୀଙ୍କୁ ସଚେତନ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,(ଶାସକ ପ୍ରଶାସକ) : କ୍ରମବର୍ଦ୍ଧିଷ୍ଣୁ ଖାଦ୍ୟଶସ୍ୟର ଚାହିଦା ମେଣ୍ଟାଇବା ପାଇଁ କୃଷି କ୍ଷେତ୍ରରେ ଅଧିକ ଯାନ୍ତ୍ରିକୀକରଣର ଆବଶ୍ୟକତା ରହିଛିା ଏହା ଦ୍ୱାରା ସୀମିତ ଜମିରେ ଅଧିକ ଫସଲ ଉତ୍ପାଦନ କରିହେବା ଚାଷଜମିକୁ ଜଳସେଚନ ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତିା ଏହି ପରିପ୍ରେକ୍ଷୀରେ କୃଷି ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-"ଟି'କୁ କଡ଼ାକଡ଼ି ଭାବେ ଅନୁପାଳନ କରି ଜଳସେଚନର ସୁବିଧା ନିମନ୍ତେ "ଜଳନିଧି' ଏବଂ "ସୌରଜଳନିଧି' ଯୋଜନା ଓ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'ରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରି ଦିଆଯାଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ କୃଷି ଓ କୃଷି ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତିା 

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ସାଂପ୍ରତିକ ସ୍ଥିତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପୁଞ୍ଜିନିବେଶର ବ୍ୟାପକ ସୁଯୋଗ ରହିଛିା ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଦ୍ୟୋଗୀ ସୃଷ୍ଟି କରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କହିଛନ୍ତିା ଏହି ଯୋଜନାରେ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଛନ୍ତିା ଯନ୍ତ୍ରୀମାନେ ସଦର ମହକୁମାରେ ରହିବା ସହିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକୁ ରୂପାୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ କୃଷି ଯନ୍ତ୍ରପାତିର ସଠିକ୍ ବ୍ୟବହାର ନିମନ୍ତେ ଚାଷୀମାନଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେ କହିଥିଲୋ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ କୃଷି ନୀତି -୨୦୨୦ "ସମୃଦ୍ଧି' ସଂପର୍କରେ ଚାଷୀମାନେ ଯେପରି ସଚେତନ ହୋଇ ଏହାର ଲାଭ ଉଠାଇପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ଚଳିତ ଆର୍ଥିକ  ବର୍ଷ ନିମନ୍ତେ ଆବଣ୍ଟିତ ଅର୍ଥରାଶିକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ବିଭାଗକୁ ପଠାଇବା ପାଇଁ କହିଥିଲୋ ଏଥି ସହିତ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ନିମନ୍ତେ ନିର୍ବାହୀ ଯନ୍ତ୍ରୀମାନେ ସ୍କି୍ରନିଂ କମିଟି ଗଠନ କରିବାକୁ ମନ୍ତ୍ରୀ ଡ. ସାହହୁ କହିଥିଲୋ 

ବୈଠକରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରତିମାସରେ କୃଷି ବିଜ୍ଞାନ କେନ୍ଦ୍ରର ସମନ୍ୱୟ ବୈଠକରେ ନିୟମିତ ଯୋଗଦେବା ପାଇଁ କହିଥିଲୋ ଏଥିସହିତ ସହକାରୀ ଯନ୍ତ୍ରୀମାନେ ବ୍ଲକ୍ ସ୍ତରରେ  ଅନୁଷ୍ଠିତ ବୈଷୟିକ କମିଟି ବୈଠକରେ ଯୋଗଦେଇ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ ପାଇଁ କହିଥିଲୋ ଚାଷୀମାନଙ୍କର ସମସ୍ୟାର ତୁରନ୍ତ ସମାଧାନ ପାଇଁ "ଆମ କୃଷି' ଟୋଲ୍ ଫ୍ରି  ନମ୍ବର ମୋବାଇଲ୍ ସୂଚନା ସେବାର ଅଧିକ ଉପଯୋଗ ପାଇଁ ମଧ୍ୟ ସେ କହିଥିଲୋ 

ସମୀକ୍ଷା ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍ ମୁଥୁକୁମାର ପ୍ରମୁଖ ମନରେଗାରେ କୂପଖନନ, ଭର୍ମିକମ୍ପୋଷ୍ଟ ଆଦି କରାଯାଉଥିବା କାର୍ଯ୍ୟର କଡ଼ାକଡ଼ି ତଦାରଖ ଓ ଫାର୍ମପଣ୍ଡ ଯୋଜନାର ନିୟମିତ ତଦାରଖ କରିବାକୁ ଯନ୍ତ୍ରୀମାନଙ୍କୁ କହିଥିଲୋ ସମୀକ୍ଷା ବୈଠକରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ସମେତ ସମସ୍ତ ଜିଲ୍ଲାର ସହକାରୀ ଓ ନିର୍ବାହୀ ଯନ୍ତ୍ରୀମାନେ ଯୋଗଦେଇଥିଲୋ 

 

0
0
0
s2sdefault