ହେଡଲାଇନସ୍:

ଆଶାର ଆଲୋକ ସାଜିଛି ପ୍ରୋଜେକ୍ଟ ସକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହିଳାଙ୍କ ଜୀବନକୁ ଉଜ୍ୱଳ କରୁଛି ଆଦିତ୍ୟ ଆଲୁମିନିୟମର ଏହି ମାହାତ୍ତ୍ୱାକାଂକ୍ଷୀ ପ୍ରକଳ୍ପ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଆଦିତ୍ୟ ଆଲୁମିନିୟମର ସିଏସ୍ଆର୍ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ସକ୍ଷମ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି  ବ୍ଲକ୍ ଛଅଟି ଗ୍ରାମ ପଂଚାୟତରେ ଥିବା ୨୩ଟି ଗ୍ରାମର ଉପେକ୍ଷିତ  ବର୍ଗର ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ  ଆଣୁଛି । ୭୮ଟି ସ୍ୱୟଂସହାୟକ ଗୋଷ୍ଠୀ  (ଏସ୍ଏଚଜି)ରେ ୮୫୩ ମହିଳାଙ୍କୁ ସାମିଲ କରାଇ ଏବଂ ସେମାନଙ୍କ କୌଶଳକୁ ମାର୍ଜିତ କରି ଆଦିତ୍ୟ ଆଲୁମିନିୟମ ଏହି ମହିଳାମାନଙ୍କୁ ନିଜ ବଳରେ ଆଗକୁ ବଢ଼ିବାରେ ସହାୟକ ହେଉଛି ।

କଂପାନି ର ବିଭିନ୍ନ ଅର୍ଥନୈତିକ ସଶକ୍ତୀକରଣ କାର୍ଯ୍ୟକ୍ରମ ମହିଳାମାନଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଆଣିବାରେ ସହାୟକ ହୋଇଛି । ବିଗତ ୫ ମାସରେ ପାଂଚଟି ଏସ୍ଏଚଜି ଆୟରେ ୧୫% ବୃଦ୍ଧି ହୋଇଥିବା ବେଳେ ୧୫ଟି ଏସ୍ଏଚଜିକୁ ଋଣ ଲିଙ୍କେଜ୍ ପ୍ରଦାନ କରାଯାଇଛି । ଆଦିତ୍ୟ ଆଲୁମିନିୟମ ୨୨ଟି ନୂଆ ୟୁନିଟକୁ  ଗ୍ରହଣ କରିଛି ଏବଂ ସରକାରୀ ସ୍କିମ୍ ଗୁଡିକରେ  ୧୫୦ ମହିଳାଙ୍କୁ ଯୋଡ଼ିଛି । ଏହି ମହିଳାମାନଙ୍କ ମଧ୍ୟରେ ସକ୍ଷମ ଏକ ନୂଆ ଭାବ ସୃଷ୍ଟି କରିଛି ଯାହାକୁ ଦୁଇଟି ଶବ୍ଦରେ ବର୍ଣ୍ଣନା କଲେ ଏହା ହେବ “ଆମେ ପାରିବୁ । ଆମେ କରିବୁ ।” ।

ଏହି ସିଏସ୍ଆର୍ କାର୍ଯ୍ୟକ୍ରମ ଅଧୀନରେ ଆଦିତ୍ୟ ଆଲୁମିନିୟମ୍ ଏସ୍ଏଚଜିଗୁଡ଼ିକୁ ପୋଷ୍ୟ ଭାବେ ଗ୍ରହଣ କରି ଉତ୍ସର୍ଗୀଗୃତ ସୁଗମ ପ୍ରଦାନକାରୀଙ୍କ ଜରିଆରେ ଏହି ମହିଳାମାନଙ୍କ ପାଖରେ ପହଂଚୁଛି, ଯେଉଁମାନେ ବୈଠକ ଆୟୋଜନ, ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ଦେବା, ସରକାରୀ ପାଣ୍ଠି ଯୋଗାଡ଼ କରିବା ଏବଂ ସେମାନଙ୍କୁ ସରକାରୀ ସ୍କିମରେ  ଯୋଡିବା ଆଦିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।

ବିଗତ ଏକ ବର୍ଷରେ ସିଏସ୍ଆର୍ ଟିମ୍ ଗ୍ରାମଗୁଡ଼ିକରେ ପହଂଚିଛି ଏବଂ ସେମାନଙ୍କ ଆଗ୍ରହ ଏବଂ ଦକ୍ଷତାକୁ ବ୍ୟବହାର କରିବାର ଉପାୟ ଏବଂ ସମ୍ବଳକୁ ଅନୁଶୀଳନ କରିଛି । ସେହି ଅନୁଶୀଳନ ଅନୁସାରେ ୧୦୦ରୁ ଅଧିକ ମହିଳାମାନଙ୍କୁ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଛି ଯେଉଁଥିରେ କମ୍ ନିବେଶରେ ଅଧିକ ରିଟର୍ଣ୍ଣ ମିଳିପାରୁଛି । ଏହି କାର୍ଯ୍ୟକଳାପଗୁଡ଼ିକ ହେଉଛି ଛତୁ ଚାଷ, କାଗଜ ବାଗ ତିଆରି, ହଳଦୀ ପ୍ରକ୍ରି୍ୟାକରଣ, ଖଲି ପତ୍ର ତିଆରି, ସିଲାଇ କାମ, କୁକୁଡ଼ା ପାଳନ, ଛେଳି ଚାଷ, ମତ୍ସ୍ୟଚାଷ  ଇତ୍ୟାଦି । ହାରାହାରି ଭାବେ ମହିମଳାମାନେ ମାସିକ ପ୍ରାୟ ୫୦୦୦ ଟଙ୍କା ରୋଜଗାର କରୁଛନ୍ତି । ଏହା ଠାରୁ ଆହୁରି ଅଧିକ କିଛି ରହିଛି । ମହାମାରୀ ସମୟରେ ଯେଉଁମାନଙ୍କ ପାଖରେ ସିଲାଇ କୌଶଳ ଥିଲା ସେମାନେ ମାତ୍ର ତିନି ମାସରେ ୪୦,୦୦୦ ଟଙ୍କାରୁ ଆରମ୍ଭ କରି ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରିଛନ୍ତି ।

ଉଦ୍ୟମିତା ଭାବର ପ୍ରସାର ଲାଗି ଟିମ୍ ତରଫରୁ ଏହି ମହିଳାମାନଙ୍କୁ ଫିନାଇଲ୍ ଉତ୍ପାଦନ , କୁକୁଡ଼ା ପାଳନ ଏବଂ ସିଲାଇ ଆଦିରେ ନିଜର ସ୍ୱାଧୀନ ବ୍ୟବସାୟ ଆରମ୍ଭ କରିବା ଲାଗି ସହାୟତା ପ୍ରଦାନ କରାଯାଇଛି । ଆମେ ସେମାନଙ୍କୁ କହିଛୁ ଯେ ଆମେ ହେଉଛି ପଥ ପ୍ରଦର୍ଶକ, କିନ୍ତୁ ଆପଣଙ୍କମାନଙ୍କୁ ଦାୟିତ୍ୱ ନେବାକୁ ହେବ ଏବଂ ଆଗକୁ ବଢ଼ିବାକୁ ପଡ଼ିବ । 

ଏହି ଅଭିଯାନକୁ ପ୍ରଶଂସା କରି ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ କୈଳାସ ପାଣ୍ଡେ କହିଛନ୍ତି ଯେ, “ଏହା ଏକ ହୃଦୟ ସ୍ପର୍ଶକାରୀ ପ୍ରକଳ୍ପ | କାରଣ ଅର୍ଥନୈତିକ ସ୍ୱାଧୀନତା ଜରିଆରେ ଉତ୍ତମ  ଗୁଣାତ୍ମକ ଜୀବନ ବଂଚିବା ଲାଗି ଆମେ ଅନେକ ମହିଳାଙ୍କୁ ସାହାଯ୍ୟ କରୁଛୁ । ଏହା ସେମାନଙ୍କ ବିଶ୍ୱାସ ସହିତ ଆତ୍ମସମ୍ମାନରେ ଉଲ୍ଲେଖନୀୟ ଉନ୍ନତି ଆଣୁଛି । ଆମର ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ବିର୍ଲା, ଅଧ୍ୟକ୍ଷା, ଆଦିତ୍ୟ ବିର୍ଲା ସେଂଟର ଫର କମ୍ୟୁନିଟି ଇନିସିଏଟିଭ୍ସ ଆଣ୍ଡ୍ ରୁରାଲ୍ ଡେଭେଲପମେଣ୍ଟ  ଦ୍ୱାରା ଆମେ ଅତ୍ୟନ୍ତ ଉତ୍ସାହିତ ଯାହାଙ୍କର ବିଶ୍ୱାସ ରହିଛି ଯେ ମହିଳାମାନଙ୍କ ସହ ଆମକୁ ଯୋଡ଼ିହେବା, ଉତଥାନ ଏବଂ ସଶକ୍ତ କରିବାକୁ ପଡ଼ିବ ।’’

“ଆଗାମୀ ଦିନରେ, ଧନ୍ଦାମୂଳକ ପାଠ୍ୟକ୍ରମ ଜରିଆରେ ଆମେ ଯୁବକଯୁବତୀଙ୍କ କୌଶଳ ବିକାଶ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିବୁ | କିନ୍ତୁ ଆମର ପ୍ରାଥମିକ ଗୁରୁତ୍ୱ ହେଉଛି ବିବିଧି ଚାଷ ପ୍ରଣାଳୀ ଜରିଆରେ ଉତମ ଚାଷ ପଦ୍ଧତିକୁ ସୁଦୃଢ଼ କରିବା ଏବଂ ଲାଭକାରୀ ଫସଲ ଜରିଆରେ ଏହି ଅଂଚଳର ମୁଣ୍ଡପିଛା ଆୟରେ ଉନ୍ନତି ଆଣିବା ବୋଲି ଶ୍ରୀଯୁକ୍ତ କୈଳାସ ପାଣ୍ଡେ, ୟୁନିଟ୍ ମୁଖ୍ୟ, ଆଦିତ୍ୟ ଆଲୁମିିନିୟମ୍ କହିଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ ଏହା ଜାଣି ଅତ୍ୟନ୍ତ ଉତ୍ସାହିତ ମନେ କରୁଛି ଯେ ଏହାର ସିଏସ୍ଆର୍ ପ୍ରକଳ୍ପ ତୃଣମୂଳ ସ୍ତରରେ ସକାରାତ୍ମକ ପ୍ରଭାବ ପକାଉଛି । 

0
0
0
s2sdefault