୬୮ବର୍ଷୀୟା ବୃଦ୍ଧାଙ୍କୁ କାନ୍ଧରେ ବୋହି ପହଞ୍ଚାଇଲେ ହସ୍ପିଟାଲରେ
ମାଲକାନଗିରି: (ବି ଶ୍ରୀନିବାସ ପାତ୍ର) ସୀମାନ୍ତ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଜିଲ୍ଲାର ପୋଲିସ କନଷ୍ଟେବଳ ସୈଖ ଅରସଦ୍ ଦେଖାଇଲେ ମାନବିକତା । ଜଣେ ୬୮ ବର୍ଷ ବୟସର ମହିଳା ମଙ୍ଗି ନାଗେଶ୍ଵରମ୍ ପ୍ରଭୁ ଭେଙ୍କେଟେଶ୍ବର ସ୍ଵାମୀଙ୍କ ଦର୍ଶନ କରିବାକୁ ଯିବା ରାସ୍ତାରେ ରାସ୍ତାରୁ ତଳକୁ ଖସି ପଡିଥିଲେ। ଆଉ ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ସେଠାରେ କୌଣସି ଗାଡ଼ି ମୋଟର ନଥିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରେ ଆଶା ଏବଂ ଆଶଙ୍କା ଦେଖା ଦେଇଥିଲା।
ଆଉ ହଠାତ୍ ଚମତ୍କାର ହେଲା ଭଳି ପହଞ୍ଚିଯାଇଥିଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ପୋଲିସ କନଷ୍ଟେବଳ ସୈଖ ଅରସଦ୍। କନଷ୍ଟେବଳ ଜଣଙ୍କ ଗୁରୁତର ମହିଳାଙ୍କୁ କାନ୍ଧରେ ବୋହି ଖାଲଖମା ରାସ୍ତା ଅତିକ୍ରମ କରି ଦୀର୍ଘ ୬ କିମି ବାଟ ଅତିକ୍ରମ କରି ଚିକିତ୍ସାଳୟ ପହଞ୍ଚିଥିଲେ। ଏହି ଘଟଣା ପରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଏ ସଂପର୍କରେ ତାଙ୍କୁ ପଚାରିବାରୁ ସେ କହିଥିଲେ ‘ମୁ ଜାତି ଧର୍ମ ଉପରେ ବିଶ୍ବାସ ରଖେନା ମୋ ପାଇଁ ସମସ୍ତେ ସମାନ’। କର୍ମହିଁ ଭଗବାନ, ଆଲ୍ଲା ଏବଂ ସବୁକିଛି।