ହେଡଲାଇନସ୍:

ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ସୃଜନଶୀଳତା ଓ କାର୍ଯ୍ୟଦକ୍ଷତା କୌଶଳ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ନୂତନ ସୃଜନଶୀଳତା ଓ କାର୍ଯ୍ୟଦକ୍ଷତା କୌଶଳ କାର୍ଯ୍ୟକ୍ରମ ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ ମଞ୍ଚାସୀନ ଥିଲେ I ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏହି ନୂତନ କୌଶଳ ସମ୍ପର୍କରେ ଛାତ୍ରଛତ୍ରୀଙ୍କ ଭୂମିକା ଏବଂ ଏହା ମାଧ୍ୟମରେ ଛାତ୍ରଛାତ୍ରୀ କିପରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ମନ୍ତବ୍ୟ ପ୍ରଦାନ କରିଥିଲେ I ରୋଷେଇ କରିବା, ମେହେନ୍ଦି, ବର୍ଜ୍ୟ ବସ୍ତୁରୁ ବିଭିନ୍ନ ଉପକରଣ ପ୍ରସ୍ତୁତି ,ବୁଣିବା ଆଦି ପ୍ରତିଯୋଗୀତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault