କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ସଂଯୁକ୍ତ ଜାତିସଙ୍ଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ଏବଂ ଶାନ୍ତା ମେମୋରିଆଲ ରିହାବିଷ୍ଟେସନ ସେଣ୍ଟର (ଏମ.ଏମ.ଆର.ସି ) ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |
କାର୍ଯ୍ୟକ୍ରମରେ ଏସ.ଏମ.ଆର.ସିର କାର୍ଯ୍ୟକାରୀ ଉପସଭାପତି ତଥା ପ୍ରକଳ୍ପ ଉପଦେଷ୍ଟା ପ୍ରଫେସର ଆଶାହଂସ ସ୍ୱାଗତ ଭାଷଣ ପ୍ରଦାନ ବେଳେ ଆଇଓ.ଏମ ପକ୍ଷରୁ ଡାକ୍ତର ନବନିତା ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବୈଷୟକ ଅଧିବେଶନ ଅନୁଷ୍ଠିତ ହୋଇଥିଲା |ଏସ.ଏମ.ଆର.ସିର ଜେଣ୍ଡର ଏକ୍ସପୋର୍ଟ ସ୍ମୃତିମୟୀ ତ୍ରିପାଠୀ ଓ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ପ୍ରସନ୍ନପୁର, ପ୍ରହରାଜ ପୁର ଏବଂ କଜଳପାତିଆରେ ହୋଇଥିବା ସମୂହ ଆଲୋଚନାର ନିଷ୍କର୍ସକୁ ଉପସ୍ଥାପନ କରିଥିଲେ |
ଆଜିର ଏହି ଆଲୋଚନାରେ ନାରୀ,ଶିଶୁ ଓ ଯୁବଗୋଷ୍ଠୀଙ୍କ ଉପରେ ଜଳବାୟୁ ପରିବାର୍ତ୍ତନ୍ନ, ସ୍ଥାନାନ୍ତରଣ ଓ ଗ୍ରାମୀଣ ଜୀବିକାର ପ୍ରସଙ୍ଗ କେତେ ସମ୍ବେଦନଶୀଳ ସେ ସମ୍ପର୍କରେ ରାଜନଗର ଓ ମହାକାଳପଡ଼ାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀ ନିଜର ବକ୍ତବ୍ୟ ରଖିଥିଲେ | ଜିଲ୍ଲାର ବିଭିନ୍ନ ଵର୍ଗର ପ୍ରତିନିଧିଗଣ ଯୋଗେଦେଇ ଜିଲ୍ଲାର ଦାଦନ ଶ୍ରମିକ ହଟାଇବା, ଗ୍ରାମୀଣ ପରିବେଶରେ ଅର୍ଥନୀତିକୁ ଅଭିବୃଦ୍ଧି, ଶିକ୍ଷାର ଗୁଣାତ୍ମକ ବିକାଶ, ପାନୀୟ ଜଳ, ପରିମଳ ସେବା ବିପର୍ଯ୍ୟସ୍ତ ଆଡକୁ ଅଗ୍ରସର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଛି |ଏହାର ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି | ଜିଲ୍ଲା ସଂଯୋଜକ ରବି ନାରାୟଣ ନାୟକ,ପବିତ୍ର କୁମାର ସ୍ୱାଇଁ ୱାସନର ଜିଲ୍ଲା ସଂଯୋଜକ ଶିତିକଣ୍ଠ ସାମନ୍ତସିଂ, ଆଡ଼ଏଟ ଆକ୍ସନର ଏମଆରସି ସଂଯୋଜିକା ସସ୍ମିତା ଦାସ ଓ ସେବାର ସମ୍ପାଦିକ ଅଳକା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ସଂଚାଳନା ସହିତ ସହଯୋଗ କରିଥିଲେ | ଶେଷରେ ଚାଇଲ୍ଡ ଏକ୍ସପୋର୍ଟ ପ୍ରଣତି ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |